ଭାରତ ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଖୁସିରେ ମହମ୍ମଦ ସିରାଜ କିଣିଲେ ବିଏମ୍‌ଡବ୍ଲ୍ୟୁ କାର
Khabar Odisha:Sports-Mohammed-Siraj-purchase-BMW-car-for-himself-after-returning-from-memorable-tour-of-Australia

ହାଇଦ୍ରାବାଦ, ଜାନୁଆରୀ ୨୩ (ଖବର ଓଡ଼ିଶା): ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟୀ ହୋଇ ଟିମ ଇଣ୍ଡିଆ ଭାରତ ଫେରିଛି । ଶୃଙ୍ଖଳାରେ ଷ୍ଟାର ଖେଳାଳି ହୋଇପାରିଥିବା ଭାରତୀୟ ବୋଲର ମହମ୍ମଦ ସିରାଜଙ୍କୁ ନିଜର ଗୃହ ମହାନଗର ହାଇଦ୍ରାବାଦରେ ଜୋରଦାର ସ୍ୱାଗତ ହୋଇଛି । ସେ ନିଜର ପରିବାର ଲୋକଙ୍କୁ ଭେଟି ଖୁସି ଅନୁଭବ କରିଥିବା ବେଳେ ନିଜ ପିତାଙ୍କୁ ହରାଇ ଭାବୁକ ହୋଇଯାଇଥିଲେ । 

ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ଖୁସିରେ ଦୃତ ବୋଲର ମହମ୍ମଦ ସିରାଜ ନିଜ ଲାଗି ଏକ ବିଏମଡବ୍ଲ୍ୟ କାର କିଣିଛନ୍ତି । ସିରାଜ ଏହାକୁ ନିଜର ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ମହମ୍ମଦ ସିରାଜ ପଦାର୍ପଣ କରିଥିଲେ । ସେ ବ୍ରିସବେନ ଟେଷ୍ଟର ୨ୟ ପାଳିରେ ୫ଟି ୱିକେଟ ନେଇଥିଲେ । ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଏହି ଶୃଙ୍ଖଳାରେ ସିରାଜ ମୋଟ ୧୩ଟି ୱିକେଟ ନେଇଥିଲେ । 

 

  • Tags:

Subscribe

National International State Sports Entertainment