ଆଇପିଏଲ: କ୍ରମାଗତ ଭାବେ ୪ଟି ମ୍ୟାଚ ଜିତିବା ପରେ ଅଭିଜ୍ଞତା କହିଲେ ପଂଜାବ ଅଧିନାୟକ
Khabar Odisha:Sports-cricket-Kings-XI-Punjab-captain-KL-Rahul-said-we-are-trying-to-make-winning-a-habit

ଦୁବାଇ, ଅକ୍ଟୋବର ୨୫ (ଖବର ଓଡ଼ିଶା): ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍‌) ୨୦୨୦ରେ ହାରାହାରି ଆରମ୍ଭ ପରେ ଲଗାତାର ୪ଟି ମ୍ୟାଚରେ ବିଜୟଲାଭ କରିଥିବା କିଙ୍ଗ ଇଲେଭେନ ପଂଜାବ ଟିମର ଅଧିନାୟକ କେଏଲ୍ ରାହୁଲ କହିଛନ୍ତି, ତାଙ୍କର ଟିମ ଜିତିବା ଅଭ୍ୟାସ ନିଜର କରିଛି । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ପଂଜାବ ଟିମର ସ୍ଥିତି ଏଭଳି ନଥିଲା । ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ପରେ ପଂଜାବ ଟିମ ଶନିବାର ୧୨୬ ରନ୍ ସଂଗ୍ରହ କରିଥିଲେ ବି ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନ୍‌ରେ ପରାସ୍ତ କରିଛି । 

ମ୍ୟାଚ ବିଜୟ ପରେ ରାହୁଲ ପୁରସ୍କାର ବିତରଣ ସମାରୋହରେ କହିଛନ୍ତି, ଆମେ ଜିତିବା ଅଭ୍ୟାସ କରିଛୁ । ଏହି ଅଭ୍ୟାସ ପୂର୍ବରୁ ନଥିଲା । କମ ସ୍କୋର ହୋଇଥିଲେ, ୧୦ରୁ ୧୫ ରନ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ପଂଜାବ ଅଧିନାୟକ ରାହୁଲ କହିଛନ୍ତି । ଏହି ବିଜୟରେ ସମସ୍ତ ଖେଳାଳି ପରିଶ୍ରମ କରିଛନ୍ତି । ଖେଳାଳିଙ୍କ ବ୍ୟତୀତ ସହଯୋଗୀ କର୍ମୀଙ୍କ ଅବଦାନ ମଧ୍ୟ ସ୍ମରଣୀୟ । 

ପଂଜାବ ଟିମର ଅଧିନାୟକ କହିଛନ୍ତି, ୨ ମାସରେ ବହୁତ କିଛି ବଦଳିପାରିବ ନାହିଁ । କିନ୍ତୁ ଷ୍ଟାଫ ବହୁ ପରିଶ୍ରମ କରିଛନ୍ତି । ଆମେ ପଏଣ୍ଟ ଟେବୁଲରେ ସର୍ବନିମ୍ନରେ ଥିଲୁ । ତଥାପି ଚିନ୍ତା କରିନଥିଲୁ । ଆମେ ନିଜର ପ୍ରୟାସ ଜାରି ରଖିଛୁ । ବିଜୟ ଦ୍ୱାରରେ ଥିବାରୁ ଖୁସି ଅଛୁ । 

   

 

  • Tags:

Subscribe

National International State Sports Entertainment