ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): ଜିମ୍ବାୱେ ଗସ୍ତ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇଛି । କେଏଲ୍ ରାହୁଲ ସୁସ୍ଥ ହୋଇଯାଇଛନ୍ତି । ଏବେ ସେ ଟିମ୍ ଇଣ୍ଡିଆର ଦାୟିତ୍ୱ ନେବେ । ଅଧିନାୟକ ସାଜି ଦଳର ମଙ୍ଗୁଆଳ ହେବେ । ପୂର୍ବରୁ ଶିଖର ଧୱନଙ୍କୁ ଏହି ଗସ୍ତ ପାଇଁ ଅଧିନାୟକ ଘୋଷିତ କରାଯାଇଥିଲା । କିନ୍ତୁ ଏବେ ବିସିସିଆଇ କେଏଲ ରାହୁଲ ଫେରିଥିବା ନେଇ ଘୋଷଣା କରିଛି । ଭାରତକୁ ଅଗଷ୍ଟ ୧୮ରୁ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାର ଅଛି ।
ଜିମ୍ବାୱେ ଶୃଙ୍ଖଳା ପାଇଁ ଭାରତୀୟ ଦଳ
କେଏଲ ରାହୁଲ (ଅଧିନାୟକ), ଶିଖର ଧୱନ (ଉପଅଧିନାୟକ), ଋତୁରାଜ ଗାଏକ୍ୱାର୍ଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶନ, ସଂଜୁ ସାମସନ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆଭେସ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର ।
ସୂଚନାଯୋଗ୍ୟ କେଏଲ୍ ରାହୁଲ ଆଇପିଏଲ୍-୨୦୨୨ ପରେ କୌଣସି ମ୍ୟାଚ ଖେଳି ନାହାନ୍ତି । ପୂର୍ବରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ଟି-୨୦ ଶୃଙ୍ଖଳାରେ ଅଧିନାୟକ କରାଯିବାର ଥିଲା । କିନ୍ତୁ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ସେ ଅସୁସ୍ଥ ଜଣାପଡ଼ିଥିଲେ । ତେଣୁ ଋଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।