୨ୟ ଟି-୨୦: ରୋହିତଙ୍କ ଧମାଲ, ବାଂଲାଦେଶ ବିପକ୍ଷରେ ଭାରତ ୮ ୱିକେଟରେ ବିଜୟୀ
Khabar Odisha:Sports-cricket-India-vs-Bangladesh-2nd-t20i-at-Rajkot-match-report-and-highlights

ରାଜକୋଟ, ନଭେମ୍ବର ୦୮ (ଖବର ଓଡ଼ିଶା): ବୋଲରଙ୍କ ଚମକପ୍ରଦ ପ୍ରଦର୍ଶନ ପରେ ରୋହିତ ଶର୍ମା (୮୫ରନ)ଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ଗୁରୁବାର ବାଂଲାଦେଶକୁ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିବା ସହିତ ଶୃଙ୍ଖଳା୧-୧ରେ ସ୍ଥିତିକୁ ଆଣିପାରିଛି । ଏସସିଏ ଷ୍ଟାଡିୟମରେ ଭାରତ ଟସ ଜଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ବାଂଲଦେଶ ବ୍ୟାଟିଂ କରିଥିଲା । ବାଂଲାଦେଶ ମହମ୍ମଦ ନଇମ (୩୬ରନ) ଓ ଲିଟନ ଦାସ (୨୯ରନ)ଙ୍କ ବ୍ୟାଟିଂ ଯୋଗୁଁ ୨୦ ଓଭରରେ ୬ଟି ୱିକେଟ ହରାଇ ୧୫୩ ରନ କରିଥିଲା । ଏହା ପରେ ଭାରତ ୧୫.୪ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୫୪ ରନ ହାସଲ କରି ୩ ମ୍ୟାଚ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିପାରିଛି । ତୃତୀୟ ଓ ନିର୍ଣ୍ଣାୟକ ଟି-୨୦ ନାଗପୁରରେ ଆଗାମୀ ୧୦ ତାରିଖରେ ଖେଳାଯିବ ।

ଦ୍ୱିତୀୟ ଇନିଂସରେ ୧୫୪ ରନ ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଟିମ ପଡ଼ିଆକୁ ଓହ୍ଳାଇଥିଲା । ରୋହିତ ଶର୍ମା ଓ ଶିଖର ଧାୱନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭାରତ ୫୦ ରନ ୫.୨ ଓଭରରେ ପୂରା କରିଥିଲା । ରୋହିତ ନିଜର ୧୮ତମ ଅର୍ଦ୍ଧଶତକ ମାତ୍ର ୨୩ଟି ବଲରେ ଆଫିକ ହୁସେନଙ୍କ ବଲ ଛକାମାରି ପୂରଣ କରିଥିଲେ । ଶିଖର ଧାୱନ ୩୧ ରନ କରିଥିଲେ । ତାଙ୍କୁ ଇମାନୁଲ ଇସଲାମ ପାଭଲିଅନ ପଠାଇଥିଲେ । ଧାୱନ ୨୭ଟି ବଲ ଖେଳି ୪ଟି ଚୌକା ମାରିଥିଲେ । 

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ନେଇଥିବା ରୋହିତ ଶର୍ମା ପୁଣି ଥରେ ନିଜର ବଳ ଦେଖାଇଛନ୍ତି । ସେ ବିସ୍ଫୋରକ ବ୍ୟାଟିଂ କରି ଟିମକୁ ବିଜୟ ଦେଇଛନ୍ତି । ରୋହତ ମଧ୍ୟ ଇମାନୁଲଙ୍କ ଶିକାର ହୋଇଥିଲେ । ଭାରତ୧୨୫ ରନ ବେଳକୁ ୨ୟ ୱିକେଟ ହରାଇ ଥିଲା । ଏହା ପରେ ଲୋକେଶ ରାହୁଲ ଓ ଶ୍ରେୟସ ଆୟର ଟିମକୁ ବିଜୟ ଦେଇଥିଲେ । 

ବାଂଲାଦେଶ ଟିମ ଏକଦା ୧୧ ଓଭରରେ ଗୋଟିଏ ୱିକେଟ ହରାଇ ୮୩ ରନ କରି ଭଲ ସ୍ଥିତିରେ ଥିଲା କିନ୍ତୁ ୟୁଜବେନ୍ଦ୍ର ଚହଲ (୨୮ ରନ ଦେଇ ୨ ୱିକେଟ), ଦିପକ ଚାହର (୨୫ ରନ, ୧ ୱିକେଟ) ଓ ୱାଶିଂଟନ ସୁନ୍ଦର (୨୫ ରନ, ୧ ୱିକେଟ) ଘାତକ ବୋଲିଂ କରିଥିଲେ । ଫଳରେ ବାଂଲାଦେଶ ଅନ୍ତିମ ୮ ଓଭରରୁ ୫୬ ରନ ସଂଗ୍ରହ କରିପାରିଥିଲା । 

 

 

  • Tags:

Subscribe

National International State Sports Entertainment