ଆଇପିଏଲ୍‌ ୨୦୨୨: ଏହି ଦିନ ଠାରୁ ଆରମ୍ଭ ହେବ, ୨ ନୂଆ ଟିମ୍‌ ସହ ଖେଳିବେ ୧୦ଟି ଦଳ
Khabar Odisha:Sports-cricket-IPL-2022-BCCI-2-new-teams-IPL-Chennai-Super-Kings-Mumbai-Indians

ନୂଆଦିଲ୍ଲୀ, ନଭେମ୍ବର ୨୪ (ଖବର ଓଡ଼ିଶା): ଆସନ୍ତା ବର୍ଷ ୧୦ଟି ଟିମ୍‌ ସହିତ ଆଇପିଏଲ୍‌ ୨୦୨୨ ଖେଳାଯିବ। ଆଇପିଏଲ୍‌ରେ ୧୦ଟି ଟିମ୍‌ ଅଂଶଗ୍ରହଣ କରିବେ ଏବଂ ମୋଟ ୭୪ଟି ମ୍ୟାଚ୍‌ ହେବ। ବିସିସିଆଇ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ଆଇପିଏଲ୍‌ ଆରମ୍ଭ ହୋଇପାରେ। 

ୱେବ୍‌ସାଇଟ୍‌ କ୍ରିକ୍‌ବଜ ଅନୁସାରେ ବିସିସିଆଇରେ ମଧ୍ୟ ଏହାକୁ ସ୍ବୀକାର କରିଛି ଯେ, ଆଇପିଏଲ୍‌-୨୦୨୨ ପୂର୍ବାପେକ୍ଷା ଅଧିକ ଦିନ ଖେଳାଯିବ। ଜୁନ ପ୍ରଥମ ସପ୍ତାହରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଅର୍ଥାତ ଜୁନ୍‌ ୪ ଅଥବା ୫ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯାଇପାରେ। 

ଆଇପିଏଲ୍‌ରେ ଅଂଶଗ୍ରହଣ କରିବାକୁ ଯାଉଥିବା ୧୦ଟି ଟିମ୍‌ ଲିଗ ପର୍ଯ୍ୟାୟରେ ୧୪-୧୪ ମ୍ୟାଚ୍‌ ଖେଳିବେ। ଏଥିରୁ ୭ଟି ଟିମ୍‌ ନିଜ ଗ୍ରାଉଣ୍ଡରେ ଖେଳିବେ ଏବଂ ବାକି ୭ଟି ମ୍ୟାଚ୍‌ ବିରୋଧୀ ଦଳର ପଡ଼ିଆରେ ମୁକାବିଲା କରିବେ। ତେବେ ବିସିସିଆଇ ବିଧିବଦ୍ଧ ଭାବେ ଆଇପିଏଲ୍‌-୨୦୨୨ ପାଇଁ କ୍ରୀଡ଼ା ସୂଚୀ ଜାରି କରିନାହିଁ। କାରଣ ପରିସ୍ଥିତି ଠିକ ଥିଲେ ଅଗାାମୀ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରାଯିବ। ବିସିସିଆଇ ସଚିବ ଜୟ ଶାହ ନିକଟରେ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ବିଗତ ୨ଟି ଆଇପିଏଲ୍‌ ୟୁଏଇରେ ଅନୁଷ୍ଠିତ ହୋଇଛି। 

 

  • Tags:

Subscribe

National International State Sports Entertainment