ଆଇପିଏଲ୍‌-୨୦୨୧ ଫାଇନାଲ ମୁକାବିଲା ଆଜି, ଟ୍ରଫି ପାଇଁ ଲଢ଼ିବେ ଚେନ୍ନାଇ-କୋଲକାତା
Khabar Odisha:Sports-cricket-IPL-2021-final-match-today-between-Chennai-and-Kolkata-in-Dubai

ଦୁବାଇ, ଅକ୍ଟୋବର ୧୫ (ଖବର ଓଡ଼ିଶା): ବହୁ ପ୍ରତିକ୍ଷାର ଅନ୍ତ ଘଟିବ। ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଫାଇନାଲ ମ୍ୟାଚ ଖେଳାଯିବ। ଏଥି ପାଇଁ ଆଇପିଏଲ୍‌ ଚଳିତ ସଂସ୍କରଣ ୨ଟି ସର୍ବଶ୍ରେଷ୍ଠ ସଫଳ ଟିମ୍‌ ମୁହାଁମୁହିଁ ହେ‌ବେ। ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ ମିନିଟରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ ମୁକାବିଲା କରିବ। ତେବେ ଟ୍ରଫି ଜିତିବା ପାଇଁ ଉଭୟ ଦଳ ବଳ କଷିବାକୁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଉଭୟ ଦଳ ଅତୀତରେ ଆଇପିଏଲ ଚମ୍ପିଅନ ହୋଇସାରିଛନ୍ତି। 

ଶାର୍‌ଜା କ୍ରିକେଟ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା କ୍ବାଲିଫାୟର-୨ର ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ନାଇଟ ରାଇଡର୍ସ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୩୫ ରନ୍‌ କରିଥିଲା। ଫଳରେ କୋଲକାତାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୩୬ ରନ୍‌ର ଲକ୍ଷ୍ୟ ମିଳିଥିଲା। 

କମ୍‌ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲେ ବି କୋଲକାତା ଏହାକୁ ସହଜରେ ହାସଲ କରିପାରି ନଥିଲା। କାରଣ ଦିଲ୍ଲୀର ବୋଲରମାନେ ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରୁଥିଲେ। କୋଲକାତା ୧୯.୫ ଓଭରରେ ୭ ୱିକେଟ ହରାଇ ୧୩୬ ରନ୍‌ ସଂଗ୍ରହ କରିବା ସହିତ ଦିଲ୍ଲୀକୁ ପରାସ୍ତ କରିଥିଲା।   

ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଶେଷ ଓଭର ନାଟକ ଭଳି ହୋଇଥିଲା। ଏକଦା କୋଲକାତାର ବିଜୟ ସହଜ ଭଳି ମନେ ହେଉଥିଲା। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ପ୍ରଶଂସନୀୟ ବୋଲିଂ କରିଥିଲା। ଫଳରେ ମ୍ୟାଚ ୧୯.୫ ଓଭର ପର୍ଯ୍ୟନ୍ତ ଜାରି ଥିଲା। କୋଲକାତାକୁ ଶେଷ ଓଭରରେ ୭ ରନ୍‌ ଦରକାର ଥିଲା। ସେହି ସମୟରେ ରବିଚନ୍ଦ୍ରନ ଅଶ୍ବିନ ବୋଲିଂ କରୁଥିଲେ। ଚଳିତ ସଂସ୍କରଣରେ ଭଲ ବୋଲିଂ କରି ନଥିବା ଅଶ୍ବିନ ଦିଲ୍ଲୀ ବିପକ୍ଷରେ ଶେଷ ଓଭରରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ୨ଟି ୱିକେଟ ନେଇଥିଲେ। କିନ୍ତୁ ରାହୁଲ ତ୍ରିପାଠୀ ଛକା ମାରି କୋଲକାତାକୁ ବିଜୟ ଦେଇଥିଲେ। 

 

  • Tags:

Subscribe

National International State Sports Entertainment