ପୁଣି ବ୍ୟାଟ ଧରିବେ ଯୁବରାଜ ସିଂହ!, ବିସିସିଆଇ ସଭାପତିଙ୍କୁ ଲେଖିଲେ ପତ୍ର
Khabar Odisha:Sports-cricket-Former-Indian-all-rounder-Yuvraj-Singh-want-to-come-back-in-cricket

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମର ହରଫନମୌଲା ଯୁବରାଜ ସିଂହ ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ, ସେହି ସମୟରେ କ୍ରିକେଟ ପ୍ରଶଂସକମାନେ ବହୁତ ଦୁଃଖ ଅନୁଭବ କରିଥିଲେ । ଏବେ ଯୁବରାଜଙ୍କ ପ୍ରଶଂସକଙ୍କ ଲାଗି ଭଲ ଖବର ଆସିଛି । ଯୁବରାଜ ସିଂହ ଅବସର ନେଇଥିଲେ ବି ପୁଣି ଥରେ ପଡ଼ିଆକୁ ଫେରିବା ଲାଗି ଉଦ୍ୟମ କରିଛନ୍ତି । ଏଥି ପାଇଁ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପ୍ରତ ଲେଖିଛନ୍ତି । 

ଯୁବରାଜ ସିଂହ ଲେଖିଛନ୍ତି ଯେ, ପଂଜାବ ପାଇଁ ଟି-୨୦ କ୍ରିକେଟ ଖେଳିବାକୁ ଚାହୁଁଛି । ସୂଚନାଯୋଗ୍ୟ ବିଗତ କିଛି ଦିନ ପୂର୍ବରୁ ଯୁବରାଜ ସିଂହଙ୍କ ଫେରିବା ନେଇ ଚର୍ଚ୍ଚା ହେଉଥିଲା । ଏହାରି ମଧ୍ୟରେ ଯୁବରାଜ ସିଂହ କ୍ରିକେଟରେ ନିଜର ପ୍ରତ୍ୟାବର୍ତ୍ତନ ନେଇ ସ୍ପଷ୍ଟ କରିଛନ୍ତି । ଯୁବରାଜ କହିଛନ୍ତି, ସେ ଲକଡାଉନ ସମୟରେ ପଂଜାବର ଯୁବ କ୍ରିକେଟର ଶୁଭମନ ଗିଲ ସମେତ ଅନେକ ଖେଳାଳିଙ୍କ ସହିତ ସମତ ବିତାଇଥିଲେ । ସେହି ସମୟରେ ମୋତେ ବହୁତ ଭଲ ଲାଗୁଥିଲା । 

ଯୁବରାଜ କହିଛନ୍ତି, ଲକଡାଉନ ସମୟରେ ମୁଁ ନେଟସରେ ଅଭ୍ୟାସ କରିଛି । ମୋର ବ୍ୟାଟ ପୁରୁଣା ଶୈଳୀରେ ଚାଲିଥିଲା । କିନ୍ତୁ ସମସ୍ତେ ଜାଣିଛନ୍ତି ଯେ, ବହୁ ଦିନ ପରେ ମୁଁ କ୍ରିକେଟ ପଡ଼ିଆକୁ ଫେରିଛି । ଏହା ବ୍ୟତୀତ ପଂଜାବ କ୍ରିକେଟ ଆସୋସିଏଶନ (ପିସିଏ)ର ସଚିବ ପୁନୀତ ବାଲି ଅବସରରୁ ଫେରିବା ସଂପର୍କରେ ପଚାରିଛନ୍ତି । ମାତ୍ର ତାଙ୍କର ପ୍ରଶ୍ନ ନେଇ ମୁଁ ବିଚାର କରିବା ପରେ ପୁଣି ଥରେ ଖେଳିବାକୁ ନିଷ୍ପତ୍ତି ନେଇଥିଲି । ମାତ୍ର ବିସିସିଆଇର ଅନୁମତିକୁ ଅପେକ୍ଷା କରିଛି । 

 

  • Tags:

Subscribe

National International State Sports Entertainment