ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା, ଧର୍ମଶାଳାରେ ପ୍ରଥମ ମୁକାବିଲା
Khabar Odisha:Sports-cricket-First-ODI-will-be-played-in-Dharamsala-India-has-won-8-match-in-last-10-ODI-against-South-Africa

ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଖବର ଓଡ଼ିଶା): ନ୍ୟୁଜିଲାଣ୍ଡ ଗସ୍ତରେ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ ଆଜି ଠାରୁ ସ୍ୱଦେଶ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଅପରାହ୍ନ ସାଢ଼େ ଗୋଟିଏରୁ ଖେଳାଯିବ । ଦକ୍ଷିଣ ଆଫ୍ରିକା ଏବେ ମଜବୁତ ସ୍ଥିତିରେ ଅଛି । ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରିବା ପରେ ଭାରତ ଗସ୍ତ କରିଛି । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିବା ପୂର୍ବରୁ ଧର୍ମଶାଳା ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛି ।    

କ୍ରିକେଟପ୍ରେମୀ ଜାଣିଛନ୍ତି ଯେ, ଦକ୍ଷିଣ ଆଫ୍ରିକାର ଦିନିକିଆ କ୍ରିକେଟ ଯାତ୍ରା ଭାରତ ବିପକ୍ଷରେ ହିଁ ହୋଇଥିଲା । ଏହା ଥିଲା ୧୯୯୧ର କଥା । ସେହି ଦିନଠାରୁ ଏଯାଏଁ ଉଭୟ ଦେଶ ମଧ୍ୟରେ ୮୪ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଏଥିରୁ ୪୬ଟି ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଭାରତ ୩୫ଟି ମ୍ୟାଚରେ ବିଜୟ ହାସଲ କରିଛି । ତେଣୁ ଏହା ସ୍ପଷ୍ଟ ହେଉଛି ଯେ, ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ମନେ ହେଉଛି । 

ଅନ୍ୟପକ୍ଷରେ ଭାରତ ନିଜର ମାଟିରେ ଖେଳୁଥିବାରୁ ଦକ୍ଷିଣ ଆଫ୍ରିକା ଉପରେ ଚାପ ପ୍ରୟୋଗ କରିପାରେ । କୋହଲିଙ୍କ ଟିମ ଦକ୍ଷିଣ ଆଫ୍ରିକା ଉପରେ ପ୍ରଭାବ ବିସ୍ତାର କରିବା ବଡ଼ କଥା ନୁହେଁ । ଯଦି ବିଗତ ୧୦ଟି ମୁକାବିଲା କଥା ସମୀକ୍ଷା କରିବା, ଏଥିରୁ ଭାରତର ସପକ୍ଷରେ ରହିଛି ୮ଟି ମ୍ୟାଚ । ଦକ୍ଷିଣ ଆଫ୍ରିକା କେବଳ ୨ଟି ମ୍ୟାଚ ଜିତିଥିଲା । 

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୧ଟି ଶୃଙ୍ଖଳା ଖେଳାଯାଇଛି । ଏଥିରୁ ୫ଟିରେ ଭାରତ ଜିତିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ପରିମାଣରେ ଶୃଙ୍ଖଳା ଜିତିଥିବା ବେଳେ ଗୋଟିଏ ଡ୍ର ହୋଇଛି । ଦକ୍ଷିଣ ଆଫ୍ରିକା ଟିମ ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଭାରତ ଆସିଥିଲା । ଭାରତୀୟ ଟିମ ସେହି ସମୟରେ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ ଶୃଙ୍ଖଳାରେ ୩-୦ରେ ପରାସ୍ତ କରିଥିଲା । ଉଭୟ ଟିମର ଟି-୨୦ ଶୃଙ୍ଖଳା ୧-୧ରେ ଡ୍ର ହୋଇଥିଲା । 

 

  • Tags:

Subscribe

National International State Sports Entertainment