ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚମ୍ପିଅନ୍‌ ହେଲା ଚେନ୍ନାଇ, କୋଲକାତା ଉପବିଜେତା
Khabar Odisha:Sports-cricket-Chennai-beat-Kolkata-as-4th-time-champion-in-IPL

ଦୁବାଇ, ଅକ୍ଟୋବର ୧୬ (ଖବର ଓଡ଼ିଶା): ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍‌ସ ପୁଣି ଥରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚମ୍ପିଅନ୍‌ ହୋଇଛି। ଏହା ପୂର୍ବରୁ ଚେନ୍ନାଇ ୩ ଥର (୨୦୧୦, ୨୦୧୧ ଓ ୨୦୧୮) ଚାମ୍ପିଅନ୍‌ ହୋଇସାରିଥିଲା। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଚେନ୍ନାଇ ୨୭ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିବା ସହିତ ଆଇପିଏଲ୍‌ ୧୪ତମ ସଂସ୍କରଣକୁ ହାତମୁଠାକୁ ନେଇଛି। ଚେନ୍ନାଇ ଓ କୋଲକାତା ମଧ୍ୟରେ ଜବରଦସ୍ତ ମୁକାବିଲା ହୋଇଥିଲା। 

ଆଇପିଏଲ୍‌-୨୦୨୧ର ଫାଇନାଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ଟି ୱିକେଟ୍‌ ହରାଇ ୧୯୨ ରନ୍‌ କରିଥିଲା। ଫାପ୍‌ ଡୁପ୍ଲେସିଙ୍କ ବ୍ୟକ୍ତିଗତ ୮୬ ରନ୍‌, ଋତୁରାଜ ଗାଏକୱାଡଙ୍କ ୩୨, ରବୀନ ଉଥପାଙ୍କ ୩୧ ରନ୍‌ ଓ ମୋଇନ୍‌ ଅଲ୍ଲୀଙ୍କ ୩୭ ରନ୍‌ ବଳରେ ଚେନ୍ନାଇ ମଜବୁତ ସ୍କୋର କରିବା ପରେ କୋଲକାତାକୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। 

ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ କୋଲକାତା ଭଲ ଆରମ୍ଭ କରିଥିଲା। ଟିମ୍‌ ଭେଙ୍କଟେଶ ଆୟର ଓ ଶୁଭମନ ଗିଲଙ୍କୁ ଇନିଂସ ଆରମ୍ଭ କରିବାକୁ ପଠାଇଥିଲା। ପ୍ରଥମ ୱିକେଟ୍‌ରେ ୯୧ ରନ୍‌ ସଂଗ୍ରହ ମଧ୍ୟ ହୋଇଥିଲା। କିନ୍ତୁ ଏହା ପରେ ଚେନ୍ନାଇ ରଣନୀତି ବଦଳାଇ ଦେଇଥିଲା। ୧୧ତମ ଓଭରରେ ଭେଙ୍କଟେଶ ଆୟର ଆଉଟ ହେବା ପରେ କୋଲକାତାର ଜଣକ ପରେ ଜଣେ ଖେଳାଳି ଆଉଟ ହୋଇଥିଲେ। କୋଲକାତା ଟିମ୍‌ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୬୫ ରନ୍‌ କରିଥିଲା। 

 

 

  • Tags:

Subscribe

National International State Sports Entertainment