ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ ମ୍ୟାଚ୍ ଆଜି, ଏହି ଏକାଦଶ ସହିତ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ!
Khabar Odisha:Sports-1st-ODI-at-Colombo-R-Premadasa-stadium-probable-playing-XI-pitch-report

ନୂଆଦିଲ୍ଲୀ, ଜୁଲାଇ ୧୮ (ଖବର ଓଡ଼ିଶା): ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍‌କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ । 

ଭାରତୀୟ କ୍ରିକେଟ ଟିମର ଅଧିକାଂଶ ବରିଷ୍ଠ ଖେଳାଳି ଏବେ ଇଂଲଣ୍ଡରେ ଅଛନ୍ତି । ସେଠାରେ ୫ ମ୍ୟାଚର ଟେଷ୍ଟ ଶୃଙ୍ଖଳା ଖେଳାଯିବାର ଅଛି । ଫଳରେ ଯୁବ କ୍ରିକେଟରଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ରହିଛି । ଆଶା କରାଯାଉଛି ଯେ, ଶିଖର ଧୱନଙ୍କ ସହ ପୃଥ୍ୱୀ ଓ ଓପନିଂ କରିବେ । ଏଥି ସହିତ ସୂର୍ଯ୍ୟକୁମାର ଯାଦବ ଓ ସଂଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିପାରେ । 

ଭାରତୀୟ ଟିମରେ ଏଭଳି ୬ଜଣ ଖେଳାଳି ଅଛନ୍ତି, ଯେଉଁମାନେ କି ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ରେ ପଦାର୍ପଣ କରୁଛନ୍ତି । କିନ୍ତୁ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼ କହିଛନ୍ତି ଯେ, ଏହି ଗସ୍ତରେ ଯେକୌଣସି ଖେଳାଳିଙ୍କୁ ସୁଯୋଗ ଦେବା ଅଡୁଆ ପରିସ୍ଥିତି ସୃଷ୍ଟି କରିବ । ଯଦିଓ ଶ୍ରୀଲଙ୍କା ଟିମ ସେତେ ଶକ୍ତିମାନ ଦେଖାଯାଉ ନାହିଁ, କିନ୍ତୁ ଟିମ ଇଣ୍ଡିଆକୁ ସତର୍କ ରହିବାର ଆବଶ୍ୟକତା ଅଛି । 

ସମ୍ଭାବିତ ଭାରତୀୟ ଟିମ୍‌: ଶିଖର ଧୱନ (ଅଧିନାୟକ), ପୃଥ୍ୱୀ ଓ, ସଂଜୁ ସାମସନ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଦୀପକ ଚାହର, ନଭଦୀପ ସଇନି

 

  • Tags:

Subscribe

National International State Sports Entertainment