ବର୍ମିଂହାମ, ଅଗଷ୍ଟ ୦୪ (ଖବର ଓଡ଼ିଶା): ଭାରତର ତୁଲିକା ମାନ୍ ଜୁଡୋ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୭୮+ କିଲୋ ଭାରବର୍ଗରେ ଫାଇାନାଲରେ ସ୍କଟଲାଣ୍ଡର ସାରା ଏଡଲିଙ୍ଗଟନ୍ ହାତରେ ପରାସ୍ତ ହୋଇଛନ୍ତି । ତିନି ମିନିଟ ୨୯ ସେକେଣ୍ଡରେ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍ରେ ସାରା ଏଡଲିଙ୍ଗଟନ୍ ଇପପୋନ୍ (ପ୍ରତିଦ୍ୱନ୍ଦ୍ୱୀଙ୍କୁ ପିଠିର ବଲ ଜୋରରେ ଧରିବା)ଙ୍କ ମାଧ୍ୟମରେ ଏହି ମୁକାବିଲା ଜିତିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ର ଜୁଡୋ ଇଭେଣ୍ଟରେ ଭାରତକୁ ଏହା ୩ୟ ପଦକ ।
୪ଥର ରାଷ୍ଟ୍ରୀୟ ଚାମ୍ପିଅନ୍ ତୁଲିକା ମାନ୍ ନ୍ୟୁଜିଲାଣ୍ଡର ସିଡନୀ ଆଣ୍ଡ୍ରୁୟୁଜଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲେ । ଏହି ମୁକାବିଲାରେ ତୁଲିକା ପଛରେ ରହିଯାଇଥିଲେ । କିନ୍ତୁ ‘ଇପପୋନ’ ବଳରେ ନ୍ୟୁଜିଲାଣ୍ଡର ସିଡନି ଆଣ୍ଡ୍ରୁୟୁଜଙ୍କୁ ସେମିଫାଇନାଲରେ ୩ ମିନିଟ ଭିତରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲେ ।
ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତକୁ ଏପର୍ଯ୍ୟନ୍ତ ମୋଟ ୧୮ଟି ପଦକ ମିଳିସାରିଛି । ଏଥିରେ ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ସାମିଲ ରହିଛି । କେବଳ ୱେଟଲିଫ୍ଟିଂଗରେ କେବଳ ୧୦ଟି ପଦକ ଆସିଛି । ଜୁଡୋରେ ୩, ଲନ୍ ବଲ୍, ଟେବୁଲ ଟେନିସ, ବ୍ୟାଡମିଣ୍ଟନ, ଦୌଡକୁଦ ଓ ସ୍କ୍ୱାସ୍ରେ ଭାରକୁ ଗୋଟିଏ ଲେଖାଏଁ ପଦମ ମିଳିଛି ।