ମେସୀଙ୍କ ରେକର୍ଡ ଅତିକ୍ରମ କଲେ ସୁନୀଲ ଛେତ୍ରୀ, ସର୍ବାଧିକ ଗୋଲ କରିଛନ୍ତି ରୋନାଲ୍ଡୋ
Khabar Odisha:Sports-Sunil-Chhetri-breaks-Lionel-Messi-record-India-registered-first-win-in-world-cup-qualifier-after-defeating-Bangladesh

ଦୋହା, ଜୁନ ୦୮ (ଖବର ଓଡ଼ିଶା): ଭାରତୀୟ ଫୁଟବଲ ଟିମ୍ ଅଧିନାୟକ ସୁନୀଲ ଛେତ୍ରୀଙ୍କ ୨ଟି ଗୋଲ ବଳରେ ଏଠାରେ ଖେଳାଯାଉଥିବା ୨୦୨୨ ଫୁଟବଲ ବିଶ୍ୱକପ ଏବଂ ୨୦୨୩ ଏସିଆ କପ କ୍ୱାଲିଫାୟର୍ସର ‘ଗ୍ରୁପ-ଇ’ର ୨ୟ ରାଉଣ୍ଡ ମୁକାବିଲାରେ ବାଂଲାଦେଶକୁ ୨-୦ରେ ହରାଇଛି । ଏହି ବିଜୟ ସହିତ ସୁନୀଲ ଆର୍ଜେଣ୍ଟିନାର ପ୍ରସିଦ୍ଧ ଖେଳାଳି ଲିୟୋନେଲ ମେସୀ (ଟି ଗୋଲ)ଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । କିନ୍ତୁ ସୁନୀଲ ଏବେ ବି ବିଶ୍ୱ ପ୍ରସିଦ୍ଧ ଫୁଟବଲର ରୋନାଲ୍ଡୋଙ୍କ ପଛରେ ଅଛନ୍ତି । 

ସୁନୀଲ ଛେତ୍ରୀ ୭୯ ମିନିଟରେ ଗୋଲ କରି ଟିମର ଖାତା ଖୋଲିଥିଲେ । ଏହା ପରେ ସେ ଶେଷ ସମୟରେ (୯୦+୨ମିନିଟ)ରେ ଅନ୍ୟ ଏକ ଗୋଲ ଦେଇ ଟିମର ବିଜୟକୁ ସୁନିଶ୍ଚିତ କରିଥିଲେ । ଏଥି ସହିତ ୩୬ ବର୍ଷୀୟ ଷ୍ଟାଇକର ଅନ୍ତର୍ଜାତୀୟ ସ୍ତରରେ ନିଜର ଗୋଲ ସଂଖ୍ୟା ୭୪ କରିଛନ୍ତି । ଇଣ୍ଟରନ୍ୟାସନାଲ ଫୁଟବଲରେ ସକ୍ରିୟ ଖେଳାଳିମାନଙ୍କ ମଧ୍ୟରେ ପର୍ତ୍ତୃଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋ (୧୦୩ଟି ଗୋଲ)ଙ୍କ ପରେ ସୁନୀଲ ସର୍ବାଧିକ ଗୋଲ ହାସଲ କରିଛନ୍ତି । 

ଭାରତକୁ ଏହା ପୂର୍ବରୁ ଗତ ୩ ତାରିଖରେ ଏସିଆ ଚାମ୍ପିଅନଶିପ କତାର ବିପକ୍ଷରେ ୦-୧ରେ ପରାସ୍ତ ହେବାକୁ ପଡ଼ିଥିଲା । କିନ୍ତୁ ଏବେ ବାଂଲାଦେଶକୁ ପରାସ୍ତ କରି ଭଲ ଫର୍ମକୁ ଫେରିଛି । ଭାରତକୁ ଆଗାମୀ ୧୫ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ହେବ । ବାଂଲାଦେଶ ଅନ୍ତିମ ସମୟରେ ଗୋଲ ଦେବାକୁ ଉଦ୍ୟମ କରିଥିଲେ ବି ଏଥିରେ ବିଫଳ ହୋଇଥିଲା । ସୂଚନାଯୋଗ୍ୟ, ଭାରତ ୨୦୨୨ ବିଶ୍ୱକପ ଦୌଡ଼ରୁ ପୂର୍ବରୁ ହିଁ ବାହାରି ସାରିଛି । 

 

  • Tags:

Subscribe

National International State Sports Entertainment