ଟୋକିଓ ଅଲିମ୍ପିକ୍ସ: ତୀରନ୍ଦାଜୀରୁ ପଦକ ଆଶା, ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ କରିବେ ଶକ୍ତି ପ୍ରଦର୍ଶନ
Khabar Odisha:Sports-Indias-medal-home-from-archery-in-Tokyo-Olympic-2020

ଟୋକିଓ, ଜୁଲାଇ ୨୮ (ଖବର ଓଡ଼ିଶା): ଟୋକିଓ ଅଲିମ୍ପିକ୍ସ-୨୦୨୦ର ୬ଷ୍ଠ ଦିନରେ ବୁଧବାର ଭାରତ ତରଫରୁ ତୀରନ୍ଦାଜୀ ପ୍ରତିଯୋଗିତାରେ ଦୀପିକା କୁମାରୀ. ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ କ୍ରମଶଃ ମହିଳା ଏବଂ ପୁରୁଷ ଏକକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ସକାଳ ସାଢ଼େ ୬ଟାରେ ପଡ଼ିଆରେ ଅବତୀର୍ଣ୍ଣ ହେବେ । ଭାରତକୁ ତୀରନ୍ଦାଜୀରୁ ପଦକ ଆଶା ରହିଛି । କାରଣ ଏପର୍ଯ୍ୟନ୍ତ ଏହି ଖେଳାଳିମାନେ ନିରାଶ କରିନାହାନ୍ତି । 

ଭାରତୀୟ ଖେଳାଳିଙ୍କ ଆଜିର ଦିନ ଭାରତୀୟ ମହିଳା ହକି ଟିମ୍ ସହିତ ଆରମ୍ଭ ହେବ । ମହିଳା ହକି ଟିମ ଗ୍ରେଟ ବ୍ରିଟେନକୁ ମୁକାବିଲା କରିବେ । ସାଢ଼େ ୬ଟାରେ ଏହି ମ୍ୟାଚ ଖେଳାଯିବ । ଆଜି ଭାରତୀୟ ଖେଳାଳିମାନେ ନୌକାଚାଳନା, ବକ୍ସିଂ, ହକି, ବ୍ୟାଡମିଣ୍ଟନ, ତୀରନ୍ଦାଜୀ ପ୍ରତିଯୋଗିତାରେ ଶକ୍ତି ପ୍ରଦର୍ଶନ କରିବେ । 

 

  • Tags:

Subscribe

National International State Sports Entertainment