ଟୋକିଓ ଅଲିମ୍ପିକ୍ସ: ସୁଟରଙ୍କଠୁ ଅନେକ ଆଶା, ବକ୍ସିଂରେ ମେରିକମ କରିବେ ଶକ୍ତି ପ୍ରଦର୍ଶନ
Khabar Odisha:Sports-Indias-medal-home-from-archery-and-boxing-in-Tokyo-Olympic-2020

ଟୋକିଓ, ଜୁଲାଇ ୨୯ (ଖବର ଓଡ଼ିଶା): ଟୋକିଓ ଅଲିମ୍ପିକ୍ସର ୭ମ ଦିନରେ ଗୁରୁବାର ଭାରତୀୟ ଦଳ ନିଜର ଆରମ୍ଭ କରିଛନ୍ତି ନୌକାଯାନରୁ । ଏହା ପରେ ସୁଟିଂରେ ୨୫ ମିଟର ଏୟାର ପିସ୍ତଲ (ମହିଳା) ବର୍ଗରେ ରାହୀ ସୋରନୋବାତ ଏବଂ ମନୁ ଭାସ୍କର ନିଜର ଟାର୍ଗେଟରେ ରହିବେ । ବ୍ୟାଡମିଣ୍ଟ ଷ୍ଟାର ପିଭିସିନ୍ଧୁ ମଧ୍ୟ ଆଜି ନିଜର ଦମ୍ଭ ଦେଖାଇବେ । ସେହିପରି ଅତନୁ ଦାସ ତୀରନ୍ଦାଜୀରେ ପୁରୁଷ ଏକକ ବର୍ଗରେ ଚ୍ୟାଲେଞ୍ଜ କରିବେ । 

ଏତଦ୍ ବ୍ୟତୀତ ଭାରତୀୟ ପୁରୁଷ ହକି ଦଳ ପୁଲ-ଏ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ । ପୂର୍ବରୁ ଭାରତ ୨ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚ ହାରିଛି । ଭାରତୀୟ ବକ୍ସିଂ ଷ୍ଟାର ମେରିକମ ମଧ୍ୟ ଆଜି ପୂରା ଶକ୍ତି ଲଗାଇବେ ବୋଲି ଆଶା କରାଯାଉଛି । ଭାରତ ଆଜି ଗଲ୍ଫ ଏବଂ ସନ୍ତରଣ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରୁଛି । 

 

  • Tags:

Subscribe

National International State Sports Entertainment