କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଟସ୍‌ ଜିଣି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି
Khabar Odisha:Sports-India-Vs-New-Zealand-Test-from-today-at-Kanpur

କାନପୁର, ନଭେମ୍ବର ୨୫ (ଖବର ଓଡ଼ିଶା): ନ୍ୟୁଜିଲାଣ୍ଡ ବିପକ୍ଷରେ ନିକଟରେ ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ବିଜୟୀ ହେବା ପରେ ଆଜିଠାରୁ ଟେଷ୍ଟ ଶୃଙ୍ଖଳା ପାଇଁ ପଡ଼ିଆକୁ ଓହ୍ଲାଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ ରାହାଣେଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନ୍‌ ପାର୍କ ଷ୍ଟାଡିୟମ୍‌ରେ ଅତିଥି ଦଳକୁ ମୁକାବିଲା କରିଛି। ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷତ୍ତି ନେଇଛି। 

ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ଜିତିଥିବାରୁ ଦଳର ମନୋବଳ ବଢ଼ିଯାଇଛି। ଏଥି ସହିତ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ଶିପ ଫାଇନାଲରେ ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ ଲକ୍ଷ୍ୟ ରଖିବ। ଅପରପକ୍ଷେ ନ୍ୟୁଜିଲାଣ୍ଡ ଦଳ କେନ୍‌ ୱିଲିୟମସନ୍‌ଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ। 

ଭାରତ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ବର ପୂଜାରା, ଶୁବମନ ଗିଲ୍‌, ଶ୍ରେୟସ ଆୟର୍, ରିଦ୍ଧିମାନ ସାହା (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ଆର୍‌ ଅଶ୍ବିନ୍‌, ଅକ୍ଷର ପଟେଲ୍‌, ଈଶାନ୍ତ ଶର୍ମା, ଉମେଶ ଯାଦବ।

ନ୍ୟୁଜିଲାଣ୍ଡ୍‌: କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ୍‌, କାଇଲ୍ ଜାମିସନ୍, ଟମ୍ ଲଥାମ,  ହେନରି ନିକଲ୍ସ,, ଏଜାଜ ପଟେଲ୍‌, ରାଚିନ୍ ରବୀନ୍ଦ୍ର,  ୱିଲ୍‌ ସୋମରଭିଲ୍‌, ଟିମ୍ ସାଉଦି, ରସ୍ ଟେଲ୍‌ର, ୱିଲ୍‌ ୟଙ୍ଗ୍‌।

 

 

  • Tags:

Subscribe

National International State Sports Entertainment