ଆଜି ବାଂଲାଦେଶ ବିପକ୍ଷରେ ରାଜକୋଟରେ ଟି-୨୦, ଭାରତକୁ ଦରକାର ବିଜୟ
Khabar Odisha:Sports-India-Vs-Bangladesh-2nd-T-20I-match-pitch-weather-and-playing-XI-prediction

ରାଜକୋଟ, ନଭେମ୍ବର ୦୭ (ଖବର ଓଡ଼ିଶା): ଭାରତୀୟ ଟି-୨୦ ଟିମର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମା ଗୁରୁବାର ବାଂଲାଦେଶ ବିପକ୍ଷରେ ନିଜ କ୍ୟାରିୟରର ୧୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଏହି ବ୍ୟକ୍ତିଗତ ଅଭିଜ୍ଞତାକୁ ଯଦି ବାଦଦେବା, ରୋହିତ ଓ ତାଙ୍କର ଟିମ ପାଇଁ ଆଜି ହେଉଛି ଏକ ଚ୍ୟାଲେଞ୍ଜିଂ ଦିନ । କାରଣ ଭାରତକୁ ଶୃଙ୍ଖଳା ବଂଚାଇବାକୁ ପଡ଼ିବ । ଭାରତ-ବାଂଲାଦେଶ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ନୂଆଦିଲ୍ଳୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୭ ୱିକେରେ ପରାସ୍ତ ହୋଇସାରିଛି । ଟି-୨୦ ଅନ୍ତର୍ଜାତୀୟରେ ବାଂଲାଦେଶ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଛି । ବାଂଲାଦେଶ ପାଇଁ ଏହି ଫଳାଫଳ ଉତ୍ତମ କୁହାଯାଇପାରିବ । କାରଣ ଦରମା ନେଇ ଅଶାନ୍ତି ଲାଗି ରହିବା ଓ ଆନ୍ଦୋଳନ ପରେ ପରେ ବାଂଲାଦେଶ ଟିମ ଭାରତକୁ ଆସିଛି । ଦ୍ୱିତୀୟ ଟି-୨୦ ଗୁଜୁରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ।

 

ବ୍ୟାଟ୍ସମ୍ୟାନଙ୍କୁ ନିଜର କାମ କରିବାକୁ ହେବ । ସେହିଭଳି ବୋଲରଙ୍କୁ ନିଜର ଦାୟିତ୍ୱ ତୁଲାଇବାକୁ ପଡ଼ିବ । ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ୱିକେଟ ନେବାକୁ ପଡ଼ିବ । ଆମେ କୌଣସି ଏକ ବିଭାଗ ପ୍ରତି ଦୃଷ୍ଟି ଦେଉ ନାହୁଁ । କାରର ଆମେ ଏକ ଟିମ ଭାବେ ଗତ ମ୍ୟାଚରେ ପରାସ୍ତ ହୋଇଛୁ । 

-ରୋହିତ ଶର୍ମା, ଭାରତୀୟ ଅଧିନାୟକ

ଭାରତ ଗସ୍ତ ପୂର୍ବରୁ ଦୁର୍ନୀତି ସଂପର୍କୀତ ସୂଚନା ନ ଦେବା ଅଭିଯୋଗରେ ବାଂଲାଦେଶର ସବୁଠାରୁ ବଡ଼ ଖେଳାଳି ଶାକିବ ଉଲ ହାସନଙ୍କୁ ନିଲମ୍ବିତ କରି ଦିଆଯାଇଥିଲା । ରାଜକୋଟରେ ଭାରତ ହାରିଗଲେ ଆଇସିସି ଟି-୨୦ ରାକିଂରେ ୫ମ ସ୍ଥାନରେ ଥିବା ବାଂଲାଦେଶ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିବ । ବାଂଲାଦେଶ ଏହି ଇତିହାସ ଯେପରି ବଦଳାଇ ନ ପାରିବ ସେଥିପାଇଁ ରୋହିତ ଶର୍ମା ରଣନୀତି ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଭଲ କାମ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ‘ମହା’ ମ୍ୟାଚକୁ ଚେତାବନୀ ଦେଉଛି । ଯଦି ଏଠାରେ ଖେଳ ହେବ, ତା’ ହେଲେ ଭଲ ସ୍କୋର ହେବ ବୋଲି ଅନୁମାନ କରାଯାଉଛି । 

ଆଇସିସି ଟେଷ୍ଟ ରାକିଂରେ ଶୀର୍ଷ ଓ ଦିନିକିଆ ରାକିଂରେ ୨ୟ ସ୍ଥାନରେ ଥିବା ଭାରତ ଚଳିତ ବର୍ଷ ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରି ନାହିଁ । ଭାରତ ଘରୋଇ ପଡ଼ିଆରେ ଗୋଟିଏ ଶୃଙ୍ଖଳା ହାରି ଥିବା ବେଳେ ଗୋଟିଏ ଡ୍ର ଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ୧-୧ରେ ଡ୍ର ଥିଲା । ପୂର୍ବରୁ ଅଷ୍ଟ୍ରେଲିଆ ଠାରୁ ଫେବୃୟାରୀରେ ୨-୦ରେ ହାରିଥିଲା । 

 

  

 

  • Tags:

Subscribe

National International State Sports Entertainment