ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ: ଗୁଜୁରାଟର ମୋଟେରା ଷ୍ଟାଡିୟମରେ ଆଜି ଅପରାହ୍ନ ୨ଟା ୩୦ରୁ ଆରମ୍ଭ
Khabar Odisha:Sports-India-Vs-England-3rd-Test---Live-Cricket-Score-from-Sardar-Patel-Stadium-of-Ahmedabad-at-230pm

ଅହମଦାବାଦ, ଫେବୃଆରୀ ୨୪ (ଖବର ଓଡ଼ିଶା): ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ୩ୟ ଟେଷ୍ଟ ମ୍ୟାଚ ଖେଳାଳିବ । ଶୃଙ୍ଖଳାର ଏହି ମୁକାବିଲା ଅହମଦାବାଦର ମୋଟେରାସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଆଜି ଅପରାହ୍ନ ୨ଟା ୩୦ରୁ ମ୍ୟାଚ ଆରମ୍ଭ ହେବ । ଏହି ମ୍ୟାଚ ପାଇଁ ଉଭୟ ଭାରର ଓ ଇଂଲଣ୍ଡ ନିଜକୁ ପ୍ରସ୍ତୁତ କରିସାରିଛନ୍ତି । ବିରାଟ ବାହିନୀଙ୍କ ନେତୃତ୍ୱରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନେ ଜୋରଦାର ଅଭ୍ୟାସ କରିଛନ୍ତି ।  ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ନିଜର ୧୦୦ତମ ମ୍ୟାଚ ଖେଳିବେ । 

ଭାରତୀୟ ଟିମକୁ ପ୍ରଥମ ଟେଷ୍ଟ ମ୍ୟାଚରେ ଅତିଥି ଇଂଲଣ୍ଡ ୨୨୭ ରନରେ ପରାସ୍ତ କରିଥିଲା । ଏହା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପୁଣି ଫର୍ମକୁ ଆସିଥିଲା ଏବଂ ୩୧୭ ରନରେ ହରାଇ ପ୍ରତିଶୋଧ ନେଇଥିଲା । ଏଥି ସହିତ ଶୃଙ୍ଖଳା ଏବେ ୧-୧ରେ ରହିଛି । 

ଏବେ ଉଭୟ ଟିମର ନଜର ୩ୟ ଟେଷ୍ଟ ମ୍ୟାଚ ଉପରେ ହିଁ ରହିଛି । ଏଥି ପାଇଁ ଭାରତ ନିଜର ଚୂଡ଼ାନ୍ତ ଏକାଦଶ ପାଇଁ ପ୍ରସ୍ତୁତି କରୁଛି । ଭାରତର ସମ୍ଭାବିତ ଦଳରେ ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀ ଯାଦବ, ଯଶପ୍ରୀତ ବୁମାର ଓ ଈଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିପାରେ । 

 

  • Tags:

Subscribe

National International State Sports Entertainment