ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍‌ସର ୨ୟ ବିଜୟ, ଗୁଜରାଟକୁ ୫ ରନ୍‌ରେ ହରାଇଲା ରୋହିତ ବାହିନୀ
Khabar Odisha:Sports-cricket-Mumbai-Indians-won-by-5-runs-against-Gujarat-Titans

ମୁମ୍ବାଇ, ମେ ୦୭ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୧ତମ ମ୍ୟାଚ୍ ରୋମାଞ୍ଚକର ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ୫ ରନ୍‌ରେ ପରାସ୍ତ କରିଛି । ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୭ ରନ୍ କରିଥିଲା । ଫଳରେ ଗୁଜରାଟକୁ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । 

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ୫ୱିକେଟ୍ ହରାଇ ୧୭୨ ରନ୍‌ରେ ଅଟକିଯାଇଥିଲା । ଗୁଜରାଟ ଆରମ୍ଭରୁ ଭଲ ଖେଳିଥିଲେ ହେଁ, ଶେଷ ପର୍ଯ୍ୟାୟ ବେଳକୁ ଦଳର ଖେଳାଳିମାନେ ଆଉ ୬ ରନ୍ ସଂଗ୍ରହ କରିବାରେ ବିଫଳ ହେବାରୁ ମ୍ୟାଚ୍ ହାତଛଡ଼ା ହୋଇଥିଲା । ପ୍ରାରମ୍ବିକ ବ୍ୟାଟର ଋଦ୍ଧିମାନ ଶାହ ୫୫ ରନ୍‌, ଶୁଭମାନ୍ ଗିଲ ୫୨ ରନ୍ ସଂଗ୍ରହ କରିଥିଲେ । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍‌, ସାଈ ସୁଦର୍ଶନ ୧୪ ରନ୍ ଓ ଡାଭିଡ ମିଲର ଅପରାଜିତ ୧୯ ରନ୍ କରିଥିଲେ । ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ବହୁ ସଂଘର୍ଷ କରିଥିଲା । କାରଣ ମୁମ୍ବାଇ ମ୍ୟାଚ୍ ଶେଷ ବେଳକୁ ଦମଦାର ବୋଲିଂ କରିଥିଲା । 

ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୨ୟ କ୍ରମାଗତ ବିଜୟ ହାସଲ କରିଛି । କିନ୍ତୁ ପୂର୍ବରୁ ଲଗାତାର ୮ଟି ମ୍ୟାଚ ହାରିଛି । ମୁମ୍ବାଇ ଏବେ ପଏଣ୍ଟ ଟେବୁଲର ୧୦ମ ତଥା ଅନ୍ତିମ ସ୍ଥାନରେ ଥିଲାବେଳେ ଲିଗ୍ ପର୍ଯ୍ୟାୟରେ ଆହୁରି ୪ଟି ମ୍ୟାଚ୍ ଖେଳିବ । 

 

  • Tags:

Subscribe

National International State Sports Entertainment