ଆଇପିଏଲ: ହ୍ରାଇଦ୍ରାବାଦ ଠାରୁ ବିଜୟ ପରେ ମହେନ୍ଦ୍ର ସିଂହ ଧୋନୀ ଦେଲେ ବଡ଼ ବୟାନ
Khabar Odisha:Sports-IPL-Aafter-deafeating-Hyderabad-Dhoni-said-match-was-good-in-the-end-only-two-points-matter

ଦୁବାଇ, ଅକ୍ଟୋବର ୧୪ (ଖବର ଓଡ଼ିଶା): ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ-୨୦୨୦) ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦ ରନରେ ବିଜୟୀ ହେବ ପରେ କହିଛନ୍ତି, ମୁକାବିଲା ଭଲ ଥିଲା । ଧୋନୀ କହିଛନ୍ତି, ଆମେ ମଙ୍ଗଳବାର ମ୍ୟାଚରେ ଭଲ ପ୍ରଦର୍ଶନ କରିଛୁ । ଆହୁରି ଗୋଟିଏ ଦୁଇଟି ଓଭରରେ ଭଲ ପ୍ରଦର୍ଶନ କରାଯାଇପାରିଥାନ୍ତା । କିନ୍ତୁ ଭଲ ପ୍ରଦର୍ଶନ କରିଛୁ । ମ୍ୟାଚ ଜିତୁଥିଲେ ଅଙ୍କ ତାଲିକା ନିଶ୍ଚିତ ଭାବେ ସଂଶୋଧନ ହେବ । 

ଧୋନୀ କହିଛନ୍ତି, ସାଧାରଣତଃ ପ୍ରଥମ ୬ ଓଭରରେ ହାରାହାରି ୬ ରନ ଲେଖାଏଁ ସ୍କୋର ହେବା କଥା । କିନ୍ତୁ ବୋଲିଂ ଓ ବ୍ୟାଟିଂର ପରିସ୍ଥିତି ଉପରେ ଏହା ନିର୍ଭର କରିଥାଏ । ଏଥି ପାଇଁ ରଣନୀତି ମଧ୍ୟ ହେବା ଦରକାର, ଯାହାକି ଆମେ ମଙ୍ଗଳବାର ମ୍ୟାଚରେ କରିଥିଲୁ । 

ସାମ କୁରାନ ଆମ ପାଇଁ ଜଣେ ପୂର୍ଣ୍ଣ କ୍ରିକେଟର । ଯେକୌଣସି ଟିମକୁ ଏଭଳି ଅଲରାଉଣ୍ଡର କ୍ରିକେଟରଙ୍କ ଆବଶ୍ୟକତା ରହିଛି । ଏହି ବ୍ୟାଟ୍ସମ୍ୟାନ ଉପର କ୍ରମରେ ଖେଳନ୍ତି । ସେ ଜଣେ ମଧ୍ୟ ଭଲ ସ୍ପିନର । 

     

 

  • Tags:

Subscribe

National International State Sports Entertainment