୧୮ ବଲ୍‌ରେ ଦରକାର ଥିଲା ୫୯ ରନ୍‌, ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ବଳରେ ୪ ୱିକେଟ୍‌ରେ ମ୍ୟାଚ ଜିତିଲା ଶ୍ରୀଲଙ୍କା
Khabar Odisha:Sports-Dasun-Shanaka-assault-gives-Sri-Lanka-memorable-win-SL-Vs-Aus-3rd-T20

କଲମ୍ବୋ, ଜୁନ୍ ୧୨ (ଖବର ଓଡ଼ିଶା): କ୍ରିକେଟରେ ହରା ମ୍ୟାଚ ବି ବଦଳି ଯାଇଥାଏ । ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମଧ୍ୟରେ ପଲ୍ଲେକେଲରେ ଖେଳାଯାଇଥିବା ଟି-୨୦ ମୁକାବିଲାରେ ଏହା ଦେଖିବାକୁ ମିଳିଛି । ଏହି ମୁକାବିଲାରେ ଶେଷ ୩ ଓଭରରେ ଶ୍ରୀଲଙ୍କାକୁ ୫୯ ରନ୍ ଦରକାର ଥିଲା ଏବଂ ୬ ୱିକେଟ ଯାଇଥିଲା । ତେଣୁ ଆୟୋଜକ ଟିମ୍ ମ୍ୟାଚ୍ ଜିତିବାର ଚିନ୍ତା ମଧ୍ୟ କରିପାରି ନଥିଲା । 

ଅଧିନାୟକ ଦସୁନ ଶନାକାଙ୍କ ଆକାଂକ୍ଷା ଭିନ୍ନ ଥିଲା ଏବଂ ସେ ସ୍ମରଣୀୟ ଇନିଂସ ଖେଳି ଶ୍ରୀଲଙ୍କାକୁ ୪ ୱିକେଟରେ ମ୍ୟାଚ ଜିତାଇଥିଲେ । ଦସୁନ ଶନାକା ୨୫ଟି ବଲରେ ୫୪ ରନ୍ କରି ଅପରାଜିତ ଥିଲେ । ସେ ୫ଟି ଚୌକା ଓ ୪ ଛକା ମାରିଥିଲେ । ଶନାକା ୧୩ଟି ବଲ୍ ଖେଳି ୪୮ ରନ୍ କରିଥିଲେ । ସେ ଚମିକାଙ୍କ ସହିତ ୪.୧ ଓଭରରେ ୬୯ ରନ୍‌ର ଭାଗିଦାରୀ ହୋଇଥିଲେ । 

ଇନିଂସର ୧୮ତମ ଓଭର ଦ୍ରୁତ ବୋଲର ଜୋସ ହେଜଲଉଡ ଦେଇଥିଲେ । ଏଥିରେ ଦସୁନ ଶନାକା ଓରଲ ଚମିକା କରୁଣାରତ୍ନେ ୨୨ ରନ କରିଥିଲେ । ଶ୍ରୀଲଙ୍କାକୁ ଏହାପରେ ୧୨ ବଲରେ ୩୭ ରନ୍ ଦରକାର ଥିଲା । ଝାୟ ରିଚାର୍ଡସନ ୧୯ତମ ଓଭର ବୋଲିଂ କରିଥିଲେ । ସେ ୧୮ ରନ୍ ଖର୍ଚ୍ଚ କରିଥିଲେ । ଶେଷ ଓଭରରେ ଶ୍ରୀଲଙ୍କାୁ ୧୯ ରନ୍ ଦରକାର ଥିଲା । କେନ୍ ରିଚାର୍ଡସନ ଏହି ଓଭର ଆରମ୍ଭରୁ ୨ଟି ୱାଇଡ ବଲ ଫିଙ୍ଗି ଥିଲେ । ଏହା ପରେ ଶନାକା ୧ ରନ୍ ନେଥିଲେ । ଦ୍ୱିତୀୟ ବଲରେ କରୁଣାରତ୍ନେ ଲେଗ ବାଏର ୧ ରନ୍ ନେଥିଲେ । ପୁଣି ୨ଟି ବଲକୁ ଶନାକା ଲଗାତାର ୨ଟି ଚୌକା ମାରିଥିଲେ । ୫ମ ବଲ ୬ ଛକା ମାରିବା ପରେ ଶେଷ ବଲରେ ୧ ରନ୍ ଦରକାର ଥିଲା । କିନ୍ତୁ ରିଚାର୍ଡସନ ୱାଇଡ ବଲ୍ ଦେଇଥିଲେ । ଅଷ୍ଟ୍ରେଲିଆ ୨-୧ରେ ଶୃଙ୍ଖଳା ଜିତିଛି । 

 

  • Tags:

Subscribe

National International State Sports Entertainment