ଆଇପିଏଲ-୨୦୨୦: ଭୁବି-ରସିଦ ଫିକା ପଡ଼ିଲେ, କୋଲକାତାକୁ ବିଜୟ ଦେଲେ ଶୁଭମନ ଗିଲ
Khabar Odisha:Sports-Cricket-IPL-Shubman-Gill-fantastic-fifty-help-Kolkata-Knight-Riders-to-beat-SRH-in-IPL-2020

ଆବୁଧାବୀ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): କୋଲକାତା ନାଇଟ ରାଇଡର୍ସ ଶନିବାର ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ)-୧୩ରେ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସନରାଜଇଜର୍ସ ହାଇଦ୍ରାବାଦକୁ ୭ ୱିକେଟକରେ ପରାସ୍ତ କରିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲା । କୋଲକାତା ୧୮ ଓଭରରେ ୩ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା । 

କୋଲକାତା ଲାଗି ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଅପରାଜିତ ୭୦ ରନ ସଂଗ୍ରହ ଲାଗି ୬୨ଟି ବଲ ଖେଳିଥିଲେ ।  ଏଥିରେ ୫ଟି ଚୌକା ଓ ୨ଟି ଛକ୍କା ସାମିଲ ଥିଲା । ସେ ବିରୋଧୀ ଦଳର ବୋଲଙ୍କ ଉଦ୍ୟମକୁ ବିଫଳ କରିଥିଲେ । ରସିଦ ଖାନ ଓ ଭୁବନେଶ୍ୱର କୁମାରଙ୍କ ଭଳି ବୋଲରଙ୍କୁ ଯେଉଁଠି ବ୍ୟାଟ୍ସମ୍ୟାନ ଖେଳିବାକୁ ସଂକୋଚ ମନେ କରିଥାନ୍ତି ଶୁଭମନ ବିନା ଭୟରେ ଖେଳିଥିଲେ । 

ଶୁଭମନ ଗିଲ ନୀତୀଶ ରାଣାଙ୍କ ସହିତ ମିଶି ୩୭ ରନ ଭାଗିଦାରୀ ହୋଇପାରିଥିଲେ । ଏହା ପରେ ୪ର୍ଥ ୱିକେଟରେ ଇୟାନ ମୋର୍ଗାନଙ୍କ ସହିତ ମ୍ୟାଚ ବିଜୟ ପର୍ଯ୍ୟନ୍ତ ୯୨ ରନ ଭାଗିଦାରୀ ହୋଇଥିଲେ । ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା । ଇଆନ ମୋର୍ଗାନ ୪୨ ରନ କରିଥିଲେ । ସେ ୨୯ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକ୍କା ମାରିଥିଲେ । 

 

  • Tags:

Subscribe

National International State Sports Entertainment