କ୍ରିକେଟର ଶାକିବ୍‌-ଅଲ୍ ହାସନ୍‌ଙ୍କ ରାଗ: ଷ୍ଟମ୍ପକୁ ଗୋଡେଇଲେ, ପରେ ମାଗିଲେ କ୍ଷମା
Khabar Odisha:Sports-Bangladesh-star-Shakib-Al-Hasan-courts-controversy-with-Boorish-on-field-behavior-apologises-later

ଢ଼ାକା, ଜୁନ ୧୨ (ଖବର ଓଡ଼ିଶା): ବାଂଲାଦେଶର ଷ୍ଟାର କ୍ରିକେଟର ଶାକିବ ଅଲ୍ ହାସନ୍ ଶୁକ୍ରବାର ଢାକାରେ ଏକ ଘରୋଇ ଟି-୨୦ ମ୍ୟାଚ ସମୟରେ ପଡ଼ିଆରେ ଷ୍ଟମ୍ପକୁ ଗୋଡେଇଛନ୍ତି ଏବଂ ଅମ୍ପାୟାରଙ୍କ ସହିତ ଅପମାନଜନକ ବ୍ୟବହାର କରିଛନ୍ତି । ସେ ପରେ ଏହି ମାନବୀୟ ତ୍ରୁଟି ପାଇଁ କ୍ଷମା ମାଗିଛନ୍ତି । 

ଶାକିବଙ୍କ ରାଗ ଭୁଲ ଭାବରେ ଖେଳ ଉପରେ ପଡ଼ିଥିଲା । ତାଙ୍କର ଟିମ ମୋହମ୍ମଦନ ସ୍ପୋର୍ଟିଂ ଢାକା ପ୍ରିମିୟର ଲିଗରେ ଅବାହାନୀ ଲିମିଟେଡକୁ ଡକୱାର୍ଥ ଲୁଇସ ପଦ୍ଧତିରେ ପରାସ୍ତ କରିଥିଲା । ବାଂଲାଦେଶର ୩୪ ବର୍ଷୀୟ ପୂର୍ବତନ ଅଧିନାୟକ ଯଦିଓ ଭୁଲ ମାଗିଛନ୍ତି, ଷ୍ଟମ୍ପକୁ ଗୋଡେଇବା ମାରିବା ‘ସ୍ତର-୩’ ଅପରାଧ ଅଟେ ଏବଂ ଏହି କାରଣରୁ ତାଙ୍କୁ ମ୍ୟାଚରୁ ନିଲମ୍ବନ କରାଯାଇପାରେ । 

ଶାକିବ ନିଜର ଫେସ୍‌ବୁକ ପେଜ୍‌ରେ ଭୁଲ ମାଗି ଲେଖିଛନ୍ତି, ପ୍ରିୟ ପ୍ରଶଂସକ ଓ ଶୁଭଚିନ୍ତକ, ଯେଉଁମାନଙ୍କୁ ମୋର ବ୍ୟବହାର ଆଘାତ ଦେଇଛି, ମୁଁ ସେହି ସମସ୍ତଙ୍କୁ ଭୁଲ ମାଗୁଛି । ମୋର ଭଳି ଜଣେ ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କ ପାଇଁ ଏଭଳି ବ୍ୟବହାର ଉଚିତ ନଥିଲା । କିନ୍ତୁ ବେଳେ ବେଳେ ଉତ୍ତେଜନା ମଧ୍ୟରେ ଏଭଳି ହୋଇଥାଏ । ମୁଁ ସମସ୍ତ ଟିମ, ଟୁର୍ଣ୍ଣାମେଣ୍ଟରେ ସାମିଲ ସମସ୍ତ ଅଧିକାରୀ ଓ ଆୟୋଜନ କମିଟିକୁ ଭୁଲ ମାଗୁଛି । ମୋର ଆଶା ଯେ, ଭବିଷ୍ୟତରେ ଏଭଳି ବ୍ୟବହାରର ପୁନରାବୃତ୍ତି ହେବ ନାହିଁ । ଶେର-ଏ-ବାଂଲା ଷ୍ଟାଡିୟମରେ ଶୁକ୍ରବାର ମୁଶଫିକୁର ରହିମଙ୍କ ବିରୋଧରେ କରାଯାଇଥିବା ଏଲବିଡବ୍ଲ୍ୟୁ ଅପିଲ ସମୟରେ ଶାକିବ ଅନିୟନ୍ତ୍ରିତ ହୋଇପଡ଼ିଥିଲେ । 

 

 

  • Tags:

Subscribe

National International State Sports Entertainment