ବିସିସିଆଇ ଉପସଭାପତି ମହିମ ବର୍ମାଙ୍କ ଇସ୍ତଫା, ଏହି କାରଣରୁ ପଦ ଛାଡ଼ିଲେ
Khabar Odisha:Sports-BCCI-Vice-President-Mahim-Verma-resigns-after-taking-charge-of-Uttarakhand-body

ନୂଆଦିଲ୍ଲୀ, ଏପ୍ରିଲ ୧୪ (ଖବର ଓଡ଼ିଶା): ମହିମ ବର୍ମା ଉତ୍ତରାଖଣ୍ଡ କ୍ରିକେଟ ସଂଘର ସଚିବ ହେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଉପସଭାପତି ପଦ ଛାଡ଼ିଛନ୍ତି । ବର୍ମା କହିଛନ୍ତି, ଏହା ଔପଚାରିକତା ଥିଲା । ଅନ୍ୟପକ୍ଷରେ ବିସିସିଆଇ ତାଙ୍କର ଇସ୍ତଫା ଅଫିସିଆଲ ଭାବେ ସେତେବେଳେ ନିଷ୍ପତ୍ତି ନେବ, ଯେତେବେଳେ ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ କାମ ନିୟମିତ ଭାବେ ପୁଣିଥରେ ଆରମ୍ଭ ହୋଇଯିବ । 

ତେବେ ମହିମ ବର୍ମା କହିଛନ୍ତି, ମୋତେ ନିଜ ରାଜ୍ୟର କ୍ରିକେଟ ସଂଘ କଥା ବୁଛିବାର ଅଛି । ଏହି ସଂଘର ପରିଚାଳନା ଏପର୍ଯ୍ୟନ୍ତ ଠିକ ଠାକ ନ ଥିଲା । ମୁଁ ସିଇଓ ରାହୁଲ ଜୋହରୀଙ୍କୁ ଇସ୍ତଫା ଦେଇଛି । ମୋର ଆଶା ଯେ, ସେ ମୋର ଇସ୍ତଫା ପତ୍ର ଗ୍ରହଣ କରିବେ । ବର୍ମା ପଦ ଛାଡ଼ିବାର କାରଣ ହେଲା ଯେ, ବିସିସିଆଇ ସମ୍ବିଧାନ ଜଣେ ବ୍ୟକ୍ତିଙ୍କୁ ଏକକାଳୀନ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରରେ ୨ଟି ପଦରେ ରହିବାକୁ ଅନୁମତି ଦିଏ ନାହିଁ । ସେ କହିଛନ୍ତି, ସଚିବ ଜୟଶାହାଙ୍କୁ ପୂର୍ବରୁ ଏବାବଦରେ କହିଛି । ଯଦି ମୁଁ ରାଜ୍ୟ ପଦଭାର ଗ୍ରହଣ କରି ନଥାନ୍ତି, ତାହେଲେ ସୂଚାରୁ ରୂପେ କାମ ଚାଲି ନଥାନ୍ତା । ସୂଚନାଯୋଗ୍ୟ, ବର୍ମାଙ୍କୁ ଗତ ଅକ୍ଟୋବର ୨୩ରେ ବିସିସିଆଇର ଉପସଭାପତି କରାଯାଇଥିଲା । 

 

  • Tags:

Subscribe

National International State Sports Entertainment