ପ୍ରସିଦ୍ଧ ଗଲଫର ଟାଇଗର ଉଡ୍‌ସ କାର ଦୁର୍ଘଟଣାରେ ଆହତ, ପାଦରେ ଲାଗିଛି ଆଘାତ
Khabar Odisha:Sports-Golfer-Tiger-Woods-hospitalised-after-being-involved-in-car-accident

ଲସଏଞ୍ଜଲେସ, ଫେବୃଆରୀ ୨୪ (ଖବର ଓଡ଼ିଶା): ବିଶ୍ୱର ପ୍ରସିଦ୍ଧ ଗଲଫର ଭାବେ ପରିଚିତ ଆମେରିକାର ଟାଇଗର ଉଡସ୍ ମଙ୍ଗଳବାର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ପାଦରେ ଆଘାତ ଲାଗିଛି । ଆମେରିକାର ଲସ୍‌ ଏଞ୍ଜେଲେସରେ ସେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । 

କାରରେ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ସେଠରେ ତାଙ୍କର ଅପରେଶନ କରାଯାଇଥିବା ତାଙ୍କର ଏଜେଣ୍ଟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲସ ଏଞ୍ଜେଲେସ କାଉଣ୍ଟି ଶେରିଫ ଡିପାର୍ଟମେଣ୍ଟ କହିଛି ଯେ, ଦୁର୍ଘଟଣା ପରେ ଉଡସଙ୍କୁ କାରରୁ ବାହା କରିବାରେ ବହୁ ସମୟ ଲାଗିଥିଲା । ତାଙ୍କର କାର ମଧ୍ୟ କ୍ଷତି ହୋଇଛି । ୪୫ ବର୍ଷୀୟ ଟାଇଗର ଦୁର୍ଘଟଣା ସମୟରେ ଏକାକୀ ଥିଲେ । 

କୁହାଯାଉଛି ଯେ, ଉଡସ ଦ୍ରୁତ ଗତିରେ କାର ଚଳାଉଥିଲେ । ଫଳରେ କାର ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଟାଇଗର ଉଡସ୍‌ଙ୍କୁ ଶ୍ରେଷ୍ଠ ଗଲଫର ଭାବେ ଗଣତି କରାଯାଇଥାଏ । ସେ ୧୫ଟି ଶ୍ରେଷ୍ଠ ଗଲ୍ଫ ଚାମ୍ପିଅନଶିପରେ ବିଜୟୀ ହୋଇସାରିଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଗଲଫର ଟାଇଗରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । 

 

  • Tags:

Subscribe

National International State Sports Entertainment