ରାଜକୋଟ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରାଜକୋଟରେ ଆଜି ଖେଳା ଯାଉଛି ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆଜି ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି । ଏହି ମୁକାବିଲାରେ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରିବ ।
ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ଘଟିଛି । ଆହତ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିଛି । ସେହିପରି ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହୋଇଛି । ଜୟଡେନ ଲେନକ୍ସ ଆଜି ଦିନିକିଆରେ ପଦାର୍ପଣ କରିଛନ୍ତି ।
ଭାରତୀୟ ଦଳ
ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜ ।
ନ୍ୟୁଜିଲାଣ୍ଡ ଦଳ
ଡେଭନ କନେଓ, ହେନରି ନିକୋଲାସ, ୱିଲ ୟଙ୍ଗ, ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ମିଚେଲ୍ ହାଏ(ୱିକେଟ୍ କିପର), ମିଚେଲ୍ ବ୍ରେସୱେଲ(ଅଧିନାୟକ), ଜାକାରି ଫଲକେସ, ଜୟଡେନ ଲେନକ୍ସ, କାଇଲ ଜେମିସନ, କ୍ରିଷ୍ଟନ କ୍ଲର୍କ ।