ରବିବାର ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ମାନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ସେଥିପାଇଁ ଆଜି ଭାରତୀୟମାନେ ଆଉ ପଦକ ହାସଲ କରିବେ ବୋଲି ଆଶା ବାନ୍ଧି ବସିଥିଲେ । ଭାରତ ପାଇଁ ପ୍ୟାରିସ୍ ଅଲିମ୍ପିକ୍ସରେ ରାଇଫଲ ସୁଟର ଭାବେ ଖେଳିଥିଲେ ରମିତା ଜିନ୍ଦଲ । ସେ ଭାରତ ପାଇଁ ଆଉ ଏକ ପଦକ ଆଣିବେ ବୋଲି ସମସ୍ତଙ୍କର ଆଶା ଥିଲା କିନ୍ତୁ ନିଜ ଲକ୍ଷ୍ୟ ସ୍ଥଳରୁ ଅଳ୍ପକେ ବର୍ତ୍ତିଛନ୍ତି ରମିତା । ସେ ମହିଳା ୧୦ ମିଟର ଏୟାର ରାଇଫଲ ଫାଇନାଲରେ ସପ୍ତମ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ପଏଣ୍ଟ ୧୪୫.୩ ।
ରବିବାର ମହିଳା ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ପର୍ଯ୍ୟାୟରେ ରମିତା ପଞ୍ଚମ ସ୍ଥାନରେ ରହିଥିଲେ । ସେ ପ୍ରଥମେ ନଅଟି ସଟ୍ ପରେ ତୃତୀୟ ସ୍ଥାନ ଅଧିକାର କରିଥିଲେ କିନ୍ତୁ ଦଶମ ସଟ୍ ପରେ ସପ୍ତମ ସ୍ଥାନକୁ ଖସି ଆସିଥିଲେ । ସେ ୧୩ ବର୍ଷ ବୟସରୁ ରାଇଫଲ ଶୁଟିଂ କ୍ୟାରିୟର ଆରମ୍ଭ କରିଥିଲେ । ସେ ୨୦୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଆଉ ୨୦ ବର୍ଷ ବୟସରେ ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରେ ମଧ୍ୟ ଖେଳିବା ପାଇଁ ସୁଯୋଗ ମିଳିଛି । ଯାହା ମଧ୍ୟ ଭାରତୀୟମାନଙ୍କ ପାଇଁ ଏକ ଗର୍ବର ବିଷୟ ।