କରୋନା ଯୋଦ୍ଧାଙ୍କ ପରେ ଅଲମ୍ପିକ ଖେଳାଳିଙ୍କୁ ମିଳିବ କରୋନା ଭ୍ୟାକସିନ - କିରଣ ରିଜେଜୁ
Khabar Odisha:Olympic-athletes-to-get-corona-vaccine-after-corona-warrior---Kiran-Rijeju
ନୂଆଦିଲ୍ଲୀ, ଫେବୃଆରୀ 22(ଖବର ଓଡିଶା) :

କରୋନା ଯୋଦ୍ଧାଙ୍କ ପରେ ଆଗାମୀ ଟୋକିଓ ଅଲମ୍ପିକରେ ଅଂଶ ଗ୍ରହଣ କରିବାକୁ ଥିବା ସମସ୍ତ ଖେଳାଳିଙ୍କୁ କରୋନା ଭ୍ୟାକସିନ ଦିଆଯିବ ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜେଜୁ କହିଛନ୍ତି । ତାଙ୍କ ମତ ଅନୁସାରେ, ଦେଶବାସୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା କରୋନା ଯୋଦ୍ଧାଙ୍କ ସୁରକ୍ଷା ପ୍ରଥମେ ଆବଶ୍ୟକ ତେଣୁ ପ୍ରଥମେ ସେମାନଙ୍କୁ ଭ୍ୟାକସିନ ମିଳିବା ଆବଶ୍ୟକ । ଏହା ପରେ ଆଗାମୀ ଟୋକିଓ ଅଲମ୍ପିକରେ ଅଂଶ ଗ୍ରହଣ କରୁଥିବା ଖେଳାଳିଙ୍କୁ ମିଳିବ ଏହି ଭ୍ୟାକସିନ । ତେବେ ଅଲମ୍ପିକ ଖେଳାଳିଙ୍କୁ କରୋନା ଭ୍ୟାକସିନ ଦିଆଯିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ଆସି ନାହିଁ ବୋଲି ସେ କହିଛନ୍ତି । ଏହା ସହ ଫେବୃଆରୀ ୨୪ ରେ ନବନିର୍ମିତ ମୋଟେରାର ସର୍ଦ୍ଦାର ଭାଇ ପଟେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ । ଏହି ଷ୍ଟାଡିୟମର ଲୋର୍କାପଣ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment