ଜାତୀୟ କ୍ରୀଡ଼ା ଦିବସରେ ଦୂତିଙ୍କ ସହ ୨୬ଜଣ ଖେଳାଳିଙ୍କୁ ଅର୍ଜ୍ଜୁନ ସମ୍ମାନ
Khabar Odisha:Odishas-Dutee-Chand-Conferred-With-Arjuna-Award
ଭୁୂବନେଶ୍ବର, ଅଗଷ୍ଟ ୨୯ (ଖବର ଓଡ଼ିଶା):

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କ ସମେତ ୨୬ଜଣ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି।

କରୋନା ସଂକ୍ରମଣ ଯୋଗୁ ଭିଡିଓ କନଫରେନ୍ସିଂରେ ପୁରସ୍କାର ଦିଆଯାଇଥିଲା। ସେଥିରେ ତୀରନ୍ଦାଜ ଅତନୁ ଦାସ, ବନ୍ଧୁକ ଚାଳକ ମନୁ ଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ପାରାଆଥଲେଟ ମରିୟାପ୍ପାନ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା, ହକି ଖେଳାଳି ରାଣୀ ରାମପାଲଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି।

ଏହା ବ୍ୟତୀତୀ ଜୀବନବ୍ୟାପୀ ଉକ୍ତୃଷ୍ଟ କୋଚିଂ ପାଇଁ ୮ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଇଛି।

  • Tags:

Subscribe

National International State Sports Entertainment