ରଣଜୀ ଟ୍ରଫି ପାଇଁ ଘୋଷଣା ହୋଇଛି ଓଡିଶା ଟିମ। ଚଳିତ ମାସ ୧୧ ତାରିଖ ରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଘୋଷଣା ହେଲା ଟିମ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ଚୟନ କମିଟି ଅଧ୍ଯକ୍ଷ ଅମୀୟ ରାଏ ଓ କୋଚ ସୁରେନ୍ଦ୍ର ଭାବେ । ବିସିସିଆଇ ଘରୋଇ ସିଜିନ ର ପ୍ରମୁଖ ପ୍ରତିଯୋଗିତା ରଣଜୀ ଟ୍ରଫି ୨୦୨୪-୨୫ ପାଇଁ ୧୭ ଜଣିଆ ଓଡିଶା ଦଳ ଘୋଷଣା ହୋଇଛି । ଗୋବିନ୍ଦ ପୋଦାରଙ୍କୁ ଅଧିନାୟକ ଭାର ପ୍ରଦାନ କରିଛି ଓସିଏ । ଏହି ଟିମ ରେ ଶାନ୍ତନୁ ମିଶ୍ର , ଅନୁରାଗ ଷଡ଼ଙ୍ଗୀ ,ବିପ୍ଳବ ସାମନ୍ତରାୟ , କାର୍ତ୍ତିକ ବିଶ୍ୱାଳ , ସ୍ୱସ୍ତିକ ସାମଲ ଭଳି ଦକ୍ଷ ଖେଳାଳି ଙ୍କୁ ଚୟନ କରିଛି ଚୟନ କମିଟି ।
ସେହିପରି ନୂଆ ମୁହଁ ହିସାବରେ ଅନୀଲ ପରିଡା ଓ ସୁମିତ ଶର୍ମା ଓଡିଶା ଟିମ ରେ ନଜର ଆସିବେ। ସେହିପରି ଦୁଇ ୱକେଟ କିପିର ବ୍ୟାଟର ଆଶ୍ରିବାଦ ସ୍ୱାଇଁ , ରାଜେଶ ଧୂପର ମଧ୍ୟ ଟିମ ରେ ରହିଛନ୍ତି । ବୋଲିଂ ଲାଇନ ଅପ ରେ ସୂର୍ଯ୍ୟକାନ୍ତ ପ୍ରଧାନ , ସୁନୀଲ ରାଉଳ , ରାଜେଶ ମହାନ୍ତି , ଦେଵବ୍ରତ ପ୍ରଧାନ , ତାରଣୀ ସ , ହର୍ଷିତ ରାଥୋଡ଼ ଟିମ ରେ ରହିଛନ୍ତି । ରଣଜୀ ସିଜିନରେ ଓଡିଶା ମୋଟ ୭ ଟି ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ତ୍ରିପୁରା ବିପକ୍ଷରେ ଖେଳିବ ଟିମ ଓଡିଶା । ପରେପରେ ଜାମୁ କାଶ୍ମୀର , ବରୋଦା , ମୁମ୍ବାଇ , ମହାରାଷ୍ଟ୍ର , ମେଘାଲୟ ଓ ସର୍ଭିସେସ କୁ ଭେଟିବ ଓଡିଶା ଟିମ । ବିଗତ ବର୍ଷ ମାନଙ୍କରେ ରଣଜୀ ଟ୍ରଫି ରେ ଓଡିଶା ର ପଦର୍ଶନ ନୈରାଶ୍ୟ ଜନକ ରହିଥିଲା କିନ୍ତୁ ଚଳିତବର୍ଷ ରଣଜୀ ଟ୍ରଫି ରେ ଓଡିଶା ସଫଳତା ପାଇବ ବୋଲି ଓସିଏ ଆଶା ରଖିଛି।