ଖବର ଓଡିଶା : 01/002/2023:
ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ତଥା ତୃତୀୟ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ | ଉଭୟ ଦଳ ପାଇଁ ଆଜି କର ଅବା ମର ପରିସ୍ଥିତି | ନିଜ ମାଟିରେ ନ୍ୟୁଜିଲାଣ୍ଡଠୁ ଜିତିବା ଲକ୍ଷ୍ୟରେ ପଡିଆ କୁ ଓଲ୍ହାଇବ ଟିମ ଇଣ୍ଡିଆ | ଆଜି ପର୍ଯ୍ୟନ୍ତ ଭାରତରେ କୌଣସି ସିରିଜ ଜିତିନଥିବା ବେଳେ ନ୍ୟୁଜିଲାଣ୍ଡ ଟିମ ଆଜି ମ୍ୟାଚ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ | ଚଳିତ ଟି -20 ରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ନେତୃତ୍ୱ ରେ ଟିମ ଇଣ୍ଡିଆ ଖେଳୁଥିବା ବେଳେ ୧-୧ ରେ ସିରିଜ ବରାବର ଅଛି | ସେହିପରି ଘରୋଇ ଭାରତୀୟ ଟିମ ଘରୋଇ ଗ୍ରାଉଣ୍ଡରେ ରେକର୍ଡକୁ କାଏମ ରଖିବାକୁ ପ୍ରଚେଷ୍ଟା କରିବ । ଟି-ଟ୍ବେଣ୍ଟି ସିରିଜରେ ଭାରତୀୟ ଦଳର ସିନିୟର ମାନଙ୍କୁ ବିଶ୍ରାମ ଦିଆଯାଇଥିଲେ ହେଁ ଯୁବ ଖେଳାଳିଙ୍କୁ ନେଇ ଗଠିତ ଟି-20 ଟିମ୍ ବହୁତ ସୁଦୃଢ ରହିଛି। ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ଟିମରେ ମଧ୍ୟ ବହୁ ଅଭିଜ୍ଞ ଖେଳାଳି ସ୍ଥାନ ପାଇଛନ୍ତି। ଶୃଙ୍ଖଳିତ ଢଙ୍ଗରେ ନ୍ୟୁଜିଲାଣ୍ଡ ଲଢୁଆ ପ୍ରଦର୍ଶନ ଜାରି ରଖିଥିବା ବେଳେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।