ଆଇପିଏଲର ପ୍ରତି ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିବା ଦରକାର, ବିସିସିଆଇକୁ ପ୍ରସ୍ତାବ ଦେଲା କିଙ୍ଗ୍ସ ଏକାଦଶ ପଞ୍ଜାବ
Khabar Odisha:National-sports--KXIP-Ness-Wadia-BCCI-Proposal-News-Updates-On-National-Anthem-Over-IPL-2020
ନୂଆଦିଲ୍ଲୀ,ନଭେମ୍ବର୦୭(ଖବର ଓଡ଼ିଶା):

ଆଇପିଏଲର ଆସନ୍ତା ସାଂସ୍କରଣରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କିଙ୍ଗ୍ସ ଏକାଦଶ ପଞ୍ଜାବର ସହ-ମାଲିକ ନେସ ୱାଡିଆ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଏକ ପ୍ରସ୍ତାବ ପଠାଇଛନ୍ତି, ଯେଉଁଥିରେ କହିଛନ୍ତି ଯେ 2020ରୁ ଆଇପିଏଲର ପ୍ରତ୍ୟେକ ମ୍ୟାଚର ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ବଜାଇବା ଦରକାର । ବର୍ତ୍ତମାନ ସମୟରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ । ୱାଡିଆଙ୍କ କହିବା ଅନୁସାରେ ବିଶ୍ୱର ଏକ ନମ୍ୱର କ୍ରିକେଟ ଲିଗରେ ଏହି ନିୟମର ପାଳନ କରାଯିବା ଦରକାର । ଏହାସହ ସେ ଆଇପିଏଲର ଉଦଘାଟନୀ ସମାରୋହରେ ହେଉଥିବା ଖର୍ଚ୍ଚକୁ କମ କରିବା ପାଇଁ ବିସିସିଆଇର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।  

ୱାଡିଆ କହିଛନ୍ତି, "ଏହା ଏକ ଭଲ ପଦକ୍ଷେପ । ଏହା ମହତ୍ୱପୂର୍ଣ୍ଣ ଯେ ଆମେ ଯେକୌଣସି ଉଦଘାଟନୀ ସମାରୋହରୁ ଦୂରରେ ରହିବା । ମୁଁ ସବୁବେଳେ ଉଦଘାଟନୀ ସମାରୋହର ବାହାର ବିଷୟରେ ଚିନ୍ତା କରୁଛି । ବିସିସିଆଇ ଯେଉଁ ପଦକ୍ଷେପ ଗ୍ରହଣ କରିବା ଦରକାର ତାହା ହେଉଛି, ଆଇପିଏଲର ପ୍ରତିଟି ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ବଜାଇବାକୁ ବାଧ୍ୟତାମୂଳକ କରିବା ।  ମୁଁ ପୂର୍ବରୁ ଏହି ମାମଲାରେ ବିସିସିଆଇକୁ ଚିଠି ଲେଖି ସାରିଛି । ଏବେ ମୁଁ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଏନେଇ ଲେଖିଛି । ଜାତୀୟ ସଙ୍ଗୀତ, ଇଣ୍ଡିଆନ ସୁପର ଲିଗ(ଫୁଟବଲ) ଏବଂ ପ୍ରୋ କବାଡ୍ଡି ଲିଗରେ ବଜାଯାଉଛି । ଏହା ଇଣ୍ଡିଆନ ପ୍ରିମିୟର ଲିଗ । ଆମେ ଏହା ଉପରେ ଗର୍ବ କରିବା ଦରକାର ଯେ ଆମ ପାଖରେ ଏକ ସୁନ୍ଦର ଜାତୀୟ ସଙ୍ଗୀତ ଏବଂ ଏକ ଉନ୍ନତମାନର ଲିଗ ରହିଛି । ନ୍ୟାସନାଲ ବାସ୍କେଟବଲ ଆସୋସିଅସନର ପ୍ରତି ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିଥାଏ" । 

Subscribe

National International State Sports Entertainment