ମେରି କମଙ୍କୁ ସମ୍ମାନନୀୟ 'OLY' ଉପାଧି, WOAକୁ ଦେଲେ ଧନ୍ୟବାଦ
Khabar Odisha:National-news-Mary-Kom-Thanks-World-Olympians-Association-For-Oly-Title
ନୂଆଦିଲ୍ଲୀ,ନଭେମ୍ବର୦୭(ଖବର ଓଡ଼ିଶା):

ଭାରତର ବକ୍ସିଂ ତାରକା ମେରି କମଙ୍କୁ ୱାର୍ଲଡ ଅଲିମ୍ପିୟନ୍ସ ଆସୋସିଆସନ (WOA) 'OLY' ଉପାଧିରେ ସମ୍ମାନିତ କରିଛି । ଗୁରୁବାର ଦିନ ମେରି କମ ଏହି ସମ୍ମାନ ପାଇଁ WOAକୁ ଧନ୍ୟବାଦ ଦେଇଛନ୍ତି । 'OLY'  ଏପରି ଏକ ସମ୍ମାନ ଯାହା ସେହି ଖେଳାଳିଙ୍କୁ ଦିଆଯାଇଥିାଏ ଯେଉଁମାନେ ଅଲିମ୍ପିକରେ ପଦକ ଜିତିଥାନ୍ତି ଏବଂ ଏହାସହ ସମାଜରେ ଅଲିମ୍ପିକର ମୂଲ୍ୟକୁ ବୃଦ୍ଧି କରିଥାନ୍ତି । ଅଲିମ୍ପିକ ମୂଲ୍ୟର ଅର୍ଥ ସମ୍ମାନ, ବନ୍ଧୁତା ଏବଂ ପରିଶ୍ରମ । 

ମେରି କମ ନିଜର ଟ୍ୱିଟର ଆକାଉଣ୍ଟରେ ମାନପତ୍ର ପୋଷ୍ଟ କରି ଲେଖିଛନ୍ତି, “ମୋତେ ଏହି ସମ୍ମାନ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ” । ଛଅ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ମେରି କମ ଗତ ମାସରେ ବିଶ୍ୱ ଚାମ୍ପିଅନରେ ସେମି-ଫାଇନାଲରେ ପରାଜୟର ସାମ୍ନା କରିଥିଲେ । ଏହପରି ମେରି କମ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ । 

ଏହା ମେରି କମଙ୍କ ଅଷ୍ଟମ ୱାର୍ଲଡ ଚାମ୍ପିଅନସିପ ମେଡାଲ । ଛଅଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରଞ୍ଜ ପଦକ ଜିତି ସାରିଛନ୍ତି । ଏତେ ପଦକ ଜିତିବାରେ ସେ ଏକମାତ୍ର ଅମଚେରୀ ବକ୍ସର

Subscribe

National International State Sports Entertainment