ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ ଓଡିଶାରୁ ସୁଶ୍ରୀ ଦିବ୍ୟାଦର୍ଶିନୀ
Khabar Odisha:Ms-Divyadarshini-from-Odisha-for-the-Womens-Challenge-Trophy
ନୂଆଦିଲ୍ଲୀ, ଅକ୍ଟୋବର ୧୧ (ଖବର ଓଡ଼ିଶା):

ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟିମ୍ ଭେଲୋସିଟିରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ଓଡ଼ିଆ ଝିଅ । ଆସନ୍ତା ମାସ ନଭେମ୍ବର ୪ ରୁ ୯ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି -୨୦ ଚ୍ୟାଲେଞ୍ଜରେ ଟିମ୍ ଭେଲୋସିଟିରେ ପ୍ରତିନିଧିତ୍ୱ ପାଇଁ ଓଡିଶାର ସୁଶ୍ରୀ ଦିବ୍ୟାଦର୍ଶିନୀଙ୍କୁ ମନୋନୀତ କରାଯାଇଛି । ଭୁବନେଶ୍ୱରର ଜାଗ୍ରୁତି କ୍ରିକେଟ୍ ଏକାଡେମୀରେ ଟ୍ରେନିଂ ନେଉଥିବା ସୁଶ୍ରୀ ଓଡିଶା ରାଜ୍ୟ ମହିଳା କ୍ରିକେଟ ଦଳର ଜଣେ ସ୍ଥାୟୀ ସଦସ୍ୟ । ସେ ପୂର୍ବରୁ ମହିଳା ଚ୍ୟାଲେଞ୍ଜର ସିରିଜ୍ ଏବଂ ଟି -୨୦ ଚ୍ୟାଲେଞ୍ଜରେ ମଧ୍ୟ ଖେଳିଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ଆଦି ଦେଶର ତାରକା ମାନଙ୍କୁ ଦେଖିବାକୁ ମିଳିବ ।

  • Tags:

Subscribe

National International State Sports Entertainment