ଆଇସିସି ବିଶ୍ୱକପ୍ ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବିଜୟର ମୁକୁଟ ପିନ୍ଧିଥିଲା ଭାରତ । ବିରାଟ କୋହଲି ଏବଂ ଶ୍ରେୟାସ ଆୟରଙ୍କ ଶତକ ସହ ସାମିଙ୍କ ଚମତ୍କାର ବୋଲିଂ ରେ ୪୮ ଓଭର ୫ ବଲ ଖେଳି ନ୍ୟୁଜିଲାଣ୍ଡ ୩୨୭ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ଗର୍ବର ସହ ନିଜ ତୀରାଙ୍ଗକୁ ଖୋଲା ଆକାଶରେ ଉଡ଼େଇଥିଲା । ଭାରତର ଏହି ମହାବିଜୟ ପରେ ଚାରିଆଡେ ଖୁସିର ଲହରୀ ଖେଳେଇ ଯାଇଛି । କ୍ରିକେଟ ପ୍ରେମୀ ମାନେ ଟିମ ଇଣ୍ଡିଆକୁ ଅନେକ ଶୁଭେଚ୍ଛା ଜଣାଇବା ସହ ସେଲିବ୍ରେଟ ମଧ୍ୟ କରୁଛନ୍ତି ।
ତେବେ କେବଳ ଫ୍ୟାନ୍ସମାନେ ନୁହଁ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେ ପୋଷ୍ଟ କରି ଲେଖିଛନ୍ତି, "ଆମର କ୍ରିକେଟ୍ ଦଳ ପାଇଁ ଦିୱାଲୀ ଅଧିକ ଖାସ ହୋଇଛି ସେଥିପାଇଁ କ୍ରିକେଟ୍ ଦଳକୁ ଅନେକ ଧନ୍ୟବାଦ! ନେଦରଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ! ଦକ୍ଷତା ଏବଂ ଦଳଗତ କାର୍ଯ୍ୟର ଏପରି ପ୍ରଭାବଶାଳୀ ପ୍ରଦର୍ଶନ। ସେମି ପାଇଁ ଶୁଭେଚ୍ଛା! ଭାରତ ଆନନ୍ଦିତ" ।