ରିଅଲ ମାଦ୍ରିଦ ଫରୱାର୍ଡର ମାରିଆନୋ ଡିଆଜ କରୋନା ପଜିଟିଭ ଚିହ୍ନଟ
Khabar Odisha:Marino-Diaz-tests-COVID-19-positive
ନୂଆଦିଲ୍ଲୀ, ଜୁଲାଇ ୨୮ (ଖବର ଓଡ଼ିଶା):

କରୋନା ପଜିଟିଭ ଚିହ୍ନଟ ହେଲେ ରିଅଲ ମାଦ୍ରିଦ ଫରୱାର୍ଡର ମାରିଆନୋ ଡିଆଜ । କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସେ ନିଜେ ସୂଚନା ଦେଇଛନ୍ତି । ଏହା ସହ ସେ ସୁସ୍ଥ ଅଛନ୍ତି ଏବଂ ନିଜ ଘରେ ଆଇସୋଲେସନରେ ରହିଛନ୍ତି ବୋଲି କହିଛନ୍ତି ।

ପୂର୍ବରୁ ୧୬ ଟି ଟାଇ ମ୍ୟାଚ ଖେଳିବା ପରେ ରିଅଲ ମାଦ୍ରିଦ ପ୍ରଥମ ଲିଗରେ ମଞ୍ଚେଷ୍ଟର ସିଟିକୁ ୨-୧ ଗୋଲରେ ପରାସ୍ତ କରିଥିଲା । ପ୍ରମିୟର ଲିଗର ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ୮ ରେ ଖେଳାଯିବ । କ୍ୱାର୍ଟର ଫାଇନାଲରୁ ଚାମ୍ପିଅନ୍ସ ଲିଗ୍ ନକ୍‌ଆଉଟ୍ ପର୍ଯ୍ୟାୟ ଲିସବନରେ ଖେଳାଯିବ ।

ଗତ ସପ୍ତାହରେ ସ୍ପେନରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି । ଯାହା ଫଳରେ ଗତ ସପ୍ତାହରେ ହଜାର ହଜାର ନୂତନ ମାମଲା ଆସୁଛି । ବର୍ତ୍ତମାନ ସଂଖ୍ୟା ୨୯୬,୦୦୦ ରୁ ଅଧିକ ରହିଛି ।

ସ୍ପେନରୁ ବ୍ରିଟେନ ଆସୁଥିବା ଯାତ୍ରୀମାନଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବା ନିୟମ କରିଛି ବ୍ରିଟେନ । କିନ୍ତୁ ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯଦି କୌଣସି ଟିମ ଖେଳିବାକୁ ବ୍ରିଟେନ ଆସିଥାଏ ତେବେ ତାଙ୍କ ପାଇଁ ଏହି ୧୪ ଦିନିଆ କ୍ୱାରେଣ୍ଟାଇନ ନିୟମ ଲାଗୁ କରାଯିବ ନାହିଁ । 

ଗତ ସପ୍ତାହରେ ସ୍ପେନୀର ଫୁଏନଲାବ୍ରାଡା କ୍ଲବ ନିଶ୍ଚିତ କରିଥିଲେ ଯେ ତାଙ୍କ କ୍ଲବରେ ୨୮ ଟି ପଜିଟିଭ୍ ମାମଲା ରହିଛି, ଯେଉଁଥିରେ ମାଦ୍ରିଦରୁ କିଛି ମାମଲା ଆସିଛି ।

  • Tags:

Subscribe

National International State Sports Entertainment