ମନ୍ନତାଙ୍କୁ ମିଳିଲା ପ୍ରଥମ ଅନ୍ତର୍ଜାତୀୟ ପଦକ । ଓଡ଼ିଆ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କୁ ଅନ୍ତର୍ଜାତୀୟ ପଦକ । ମନ୍ନତା ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ପ୍ରତିଭାବାନ ସନ୍ତରଣକାରୀ । ସନ୍ତରଣରେ ସେ ତାଙ୍କର ପାରଦର୍ଶିତା ଦେଖାଇଛନ୍ତି । ତାଙ୍କର ନିଷ୍ଠା ଓ ଏକାଗ୍ରତା ପାଇଁ ସେ ସଫଳତାର ଶୀର୍ଷରେ ପହଂଚି ପାରିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ବିମଷ୍ଟେକ ସନ୍ତରଣ ଚାମ୍ପିୟନଶିପ୍ରେ ଏକ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଓଡ଼ିଶା ଆଇଆଇଏସ୍ ସନ୍ତରଣ ହାଇ ପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ ମନ୍ନତା ।
ଏଥିସହ ଗୋଆର ପାଣାଜୀରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ମଧ୍ୟ ମନ୍ନତା ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ବର୍ତ୍ତମାନ ତାଙ୍କୁ ମାତ୍ର ୧୭ ବର୍ଷ । ତେବେ ୧୭ ବର୍ଷିଆ ମନ୍ନତା ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ।ସେଥିରେ ମଧ୍ୟ ସେ ସଫଳତା ହାସଲ କରିଥିଲେ । ଖାଲି ସେତିକି ନୁହେଁ ଓଡ଼ିଶା ୪x୧୦୦ ମିଟର ରିଲେ ଦଳର ସଦସ୍ୟା ଭାବେ ସେ ଏହି ସଫଳତା ହାସଲ କରିଥିଲେ । ତାଙ୍କର ଏହି ସଫଳ ପାଇଁ ସାରା ରାଜ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକ ପଢନ୍ତୁ :ଉଦ୍ଘାଟିତ ହେଲା ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା