ମହେନ୍ଦ୍ର ସିଂ ଧୋନିଙ୍କ ସମୟ ଏପର୍ଯ୍ୟନ୍ତ ସରିନାହିଁ- ବିଜୟ ଦହିୟା
Khabar Odisha:Mahendra-Singh-Dhonis-time-is-not-over-yet---Vijay-Dahiya
ନୂଆଦିଲ୍ଲୀ, ଜୁଲାଇ ୩୧ (ଖବର ଓଡ଼ିଶା):

କିଛି ଦିନ ହେବ ଭାରତୀୟ ଦଳ କ୍ରିକେଟ ଦଳରେ ଦେଖିବାକୁ ମିଳୁନି ମହେନ୍ଦ୍ର ସିଂ ଧୋନିଙ୍କୁ । ତେବେ ଧୋନି ଭାରତୀୟ ଦଳରେ ଦୂରେଇ ରହିବା ଯୋଗୁଁ ବହୁ ଜାଗାରେ ତାଙ୍କର ଅବସର କଥା ମଧ୍ୟ ଚର୍ଚ୍ଚା ହେଉଛି । ଶେଷଥର ପାଇଁ ଧୋନି ନ୍ୟୁଜଲାଣ୍ଡ ବିପକ୍ଷରେ ୨୦୧୯ ଏକଦିବସୀୟ ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । 

ମହେନ୍ଦ୍ର ସିଂ ଧୋନିଙ୍କ ସମୟ ସରିନାହିଁ ଏବଂ ବହୁ ଜଲଦି ଭାରତୀୟ ଦଳରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ଏକ ଜାତୀୟ ଗଣମାଧ୍ୟମକୁ ନିଜର ସାକ୍ଷାତକାର ଦେଇ କହିଛନ୍ତି ଭାରତୀୟ ଦଳର ପୂର୍ବତନ ୱିକେଟ ରକ୍ଷକ ବ୍ୟାଟସମାନ ବିଜୟ ଦହିୟା । ଦହିୟାଙ୍କ ମତରେ ଯେବେବି ଭାରତୀୟ କ୍ରିକେଟ କଥା ଆଲୋଚନା କରାଯିବ ମହେନ୍ଦ୍ର ସିଂ ଧୋନିଙ୍କ ନାମ ନିହାତି ଆଲୋଚନାକୁ ଆସିବ ।

ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବାର ନଜର ଆସିବେ ଧୋନି । ୟୁଏଇରେ ଆୟୋଜିତ ହେଉଥିବା ଏହି ଆଇପିଏଲ ସେପ୍ଟେମ୍ବର ମାସ ୧୯ ରୁ ଆରମ୍ଭ ହେବ । ଧୋନିଙ୍କ ବ୍ୟତୀତ ଚେନ୍ନାଇ ଦଳରେ ଥିବା ଭାରତୀୟ ଭେଟେରାନ ଅଫ ସ୍ପିନର ହରଭଜନ ସିଂ ମଧ୍ୟ ବହୁ ଦିନ ହେବ କ୍ରିକେଟ ଖେଳିନାହାନ୍ତି ।

  • Tags:

Subscribe

National International State Sports Entertainment