ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଉପ ଅଧିନାୟକ ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭିନ୍ନ ଶୈଳୀରେ ବ୍ୟାଟିଂ କରିଛନ୍ତି । ସେ ନିଜ ପାଳିରେ କିଛି ଅଜବ ସଟ୍ ଖେଳିଥିଲେ । ଅଧିନାୟକ ଶୁଭମନ ଗିଲଙ୍କ ସହ ମିଶି ୧୩୮ ରନର ଭାଗିଦାରୀ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ପନ୍ତ ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରି ୬୫ ରନରେ ଅପରାଜିତ ଅଛନ୍ତି । ଏହା ସହିତ ଟେଷ୍ଟ କ୍ରିକେଟରେ ତିନି ହଜାର ରନ ପୂରଣ କରିଛନ୍ତି । ଏହା ସହିତ ସେ ଏମଏସ ଧୋନୀଙ୍କ ପଛରେ ପକାଇଛନ୍ତି । ସେନା(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ)ରେ ସବୁଠୁ ସଫଳ ୱିକେଟ୍ କିପର ହେବାର ଉପଲବ୍ଧି ଅର୍ଜନ କରିଛନ୍ତି ।
ପନ୍ତ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୬୫ ରନ କରିଛନ୍ତି । ପନ୍ତ ଏହି ସମୟରେ ୩ ହଜାର ରନ ପୂରଣ କରିଛନ୍ତି । ଏମିତି କରିବାରେ ଭାରତର ପୂର୍ବତନ କ୍ରିକେଟର ଏସଏମ ଧୋନୀଙ୍କ ପରେ ଦ୍ୱିତୀୟ ଭାରତୀୟ ୱିକେଟ୍ କିପର ବ୍ୟାଟର ହେବାର ରେକର୍ଡ କରିଛନ୍ତି । ଟେଷ୍ଟ କ୍ରିକେଟ୍ ଇତିହାସରେ ପନ୍ତ ୭୬ ଇନିଂସରେ ଦ୍ରୁତତମ ତିନି ହଜାର ରନ ପୂରଣ କରିବାରେ ଦ୍ୱିତୀୟ ୱିକେଟ୍ ହୋଇଛନ୍ତି । ଏହା ପୂର୍ବରୁ ଆଡମ ଗିଲଖ୍ରୀଷ୍ଟ ୫୩ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।
ପନ୍ତ ସେନା ଦେଶରେ ଏ ପର୍ଯ୍ୟନ୍ତ ୨୭ଟି ମ୍ୟାଚରେ ୩୮.୮୦ ହାରରେ ୧୭୪୬ ରନ କରିଛନ୍ତି । ଏହି ସମୟରେ ସେ ୪ ଶତକ ଓ ୬ ଅର୍ଦ୍ଧଶତକ ହାସଲ କରିଛନ୍ତି । ଧୋନୀଙ୍କୁ ଏହି କ୍ଷେତ୍ରରେ ପଛରେ ପକାଇ ପନ୍ତ ଏସିଆର ସବୁଠୁ ସଫଳ ୱିକେଟ୍ କିପର ବ୍ୟାଟର ପାଲଟିଛନ୍ତି । ସେ ସେନା ଦେଶରେ ସବୁଠୁ ଅଧିକ ରନ ସଂଗ୍ରହ କରିଛନ୍ତି । ଧୋନୀ ୩୨ ମ୍ୟାଚରେ ୧୭୩୧ ରନ କରିଥିଲେ ।
ଶୁଭମନ ଗିଲ ଓ ଋଷଭ ପନ୍ତ ତୃତୀୟ ସେସନରେ ସତର୍କତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ୩୦୦ ପହଞ୍ଚାଇଥିଲେ । ପନ୍ତ ନିଜ ଇନିଂସରେ ୬ ଚୌକା ଓ ୨ ଛକା ସହାୟତାରେ ୧୦୨ ବଲରେ ୬୫ ରନ କରିଛନ୍ତି ।
ଭାରତ ପାଇଁ ୱିକେଟ୍ କିପର ବ୍ୟାଟର ଭାବେ ସର୍ବାଧିକ ଟେଷ୍ଟ ରନ
୪,୮୭୬- ଏମଏସ ଧୋନୀ(୧୪୪ ଇନିଂସ)
୩,୦୧୩ଞ୍ଚ- ଋଷଭ ପନ୍ତ(୭୬ ଇନିଂସ)
୨୭୫୯- ସୈୟଦ କିରମାନି(୧୨୪ ଇନିଂସ)
୨୬୧୧- ଫାରୁଖ ଇଞ୍ଜିନିୟର(୮୭ ଇନିଂସ)
୧୪୪୨- ନୟନ ମୋଙ୍ଗିଆ(୬୮ ଇନିଂସ)