ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ୭୩ତମ ମ୍ୟାଚ୍ ପରେ ଆଜି (ମେ’ ୨୬) ଫାଇନାଲ ମ୍ୟାଚ୍ ଖେଳାଯାଉଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମୁହାଁମୁହିଁ ହେବେ। ହାଇଦ୍ରାବାଦ୍ର ପେଟ୍ କମିନ୍ସ ଓ କୋଲକାତାର ଶ୍ରେୟସ ଆୟର ନେତୃତ୍ୱ ନେବେ। ଏହି ସଂସ୍କରଣର ଫାଇନାଲ ମ୍ୟାଚ୍ ଇତିହାସ ରଚିବାକୁ ଯାଉଛି। ୨୦୧୬ରେ ପେଟ୍ କମିନ୍ସ ଯେଉଁ ପ୍ରଦର୍ଶନ କରିଥିଲେ, ତାହା ଆଜି ପୁଣି ପୁନରାବୃତ୍ତି କରିବେ କି? ତାହା ଦେଖିବାକୁ ବାକି ରହିଲା।
ଆଜି ଫାଇନାଲ ମୁକାବିଲା ଯଦି ପେଟ୍ କମିନ୍ସ ଜିତନ୍ତି, ତାହେଲେ ଏକ ରେକର୍ଡ ହେବ। ଆଇପିଏଲ୍ ଫାଇନାଲ ଯେତେବେଳେ ଜଣେ ବିଦେଶୀ ଟିମ୍ ଅଧିନାୟକ ଜିତନ୍ତି, ତାହା ଅଷ୍ଟ୍ରେଲିଆର ଖେଳାଳି ହୋଇଥାନ୍ତି। ଏମିତିରେ କମିନ୍ସ ପାଖରେ ଶେନ୍ ୱାର୍ଣ୍ଣ, ଆଦାମ୍ ଗୀଲଖ୍ରୀଷ୍ଟ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଆଇପିଏଲ୍ କ୍ଲବରେ ସାମିଲ ହେବାର ସୁଯୋଗ ରହିଛି । ଯଦି କମିନ୍ସଙ୍କ ହାଇଦ୍ରାବାଦ୍ କୋଲକାତାକୁ ଫାଇନାଲରେ ପରାସ୍ତ କରୁଛି, ୮ ବର୍ଷ ପରେ କୌଣସି ବିଦେଶୀ ଅଧିନାୟକଙ୍କ ନେତୃତ୍ୱରେ କୌଣସି ଟିମ୍ ବିଜେତା ହେବ। କାବ୍ୟା ମାରନଙ୍କ ଟିମ୍ର ଅଧିନାୟକଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି।
ଆଇପିଏଲ୍-୨୦୦୮ର ପଦାର୍ପଣରେ ରାଜସ୍ଥାନ ରୟାଲ୍ସ ଚାମ୍ପିଅନ ହୋଇଥିଲା। ସେହି ସମୟରେ ଟିମ୍ର ନେତୃତ୍ୱ ନେଇଥିଲେ ଶେନ୍ ୱାର୍ଣ୍ଣ । ୨୦୦୯ରେ ଡେକାନ୍ ଚାର୍ଜସ ଟ୍ରଫି ଅକ୍ତିଆର କରିଥିଲେ। ଏହା ଆଦାମ୍ ଗିଲଖ୍ରୀଷ୍ଟଙ୍କ ନେତୃତ୍ୱରେ ହାସଲ ହୋଇଥିଲା। ୨୦୧୬ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଚାମ୍ପିଅନ୍ ହୋଇଥିଲା। ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ୍ ବିଜୟୀ ହେଇଥିଲା।
ଆଇପିଏଲ୍ ଚାମ୍ପିଅନ୍ ଟିମ୍
-ମୁମ୍ବାଇ ଇଣ୍ଡିଆନ୍ସ: (୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦)
-ଚେନ୍ନାଇ ସୁପର କିଙ୍ଗ୍ସ: (୨୦୧୦, ୨୦୧୧, ୨୦୧୮, ୨୦୨୧, ୨୦୨୩)
-କୋଲକାତା ନାଇଟ୍ ରାଇଡର୍ସ: (୨୦୧୨, ୨୦୧୪)
-ସନ୍ରାଇଜର୍ସ ହାଇଦ୍ରାବାଦ୍ (୨୦୧୬)
-ଗୁଜରାଟ ଟାଇଟନ୍ସ: (୨୦୨୨)
-ଡେକାନ ଚାର୍ଜସ: (୨୦୦୯)
-ରାଜସ୍ଥାନ ରୟାଲ୍ସ: (୨୦୦୮)