ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଓଡିଶାର ଝିଲି ଦଳବେହେରା
Khabar Odisha:Jhilli-Dalabehera-Lifts-Gold-At-Asian-Weightlifting-Championship

 ତାସକେଣ୍ଟ,୧୮ଏପ୍ରିଲ(ଖବର ଓଡିଶା); ତାସ୍କେଣ୍ଟରେ ଚାଲିଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନସିପ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଝିଲି ଦଳବେହେରା ୪୫ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । 

 ଏଠାରେ ଚାଲିଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନସିପ୍ ପ୍ରତିଯୋଗିତା ଗତବର୍ଷ ଅନୁଷ୍ଠିତ ହେବାକୁ ଥିଲା ବେଳେ ଏହା କରୋନା ମହାମାରି କାରଣରୁ ଘୁଚାଂଇ ଦିଆଯାଇଥିଲା । ତେବେ ୪୫ କେଜି ବର୍ଗରେ ଝିଲି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଝିଲି ଯୁନିଅର ବିଭାଗରେ ପୁର୍ବରୁ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ । ତେବେ ଗତବର୍ଷ ସମାନ ପ୍ରତିଯେଗିତାରେ ଝିଲି ରୌପ ପଦକ ହାସଲ କରିଥିଲା ବେଳେ ଏଥର ସ୍ୱର୍ଣ୍ଣ ହାସଲ କରିଛନ୍ତି ।

 ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଏହା ଦ୍ୱିତ୍ୱୀୟ ପଦକ ।ତେବେ ଭାରତର ତାରକା ଖେଳାଳି ମିରାବାଇ ଚାନୁ ଗତକାଲି ୮୬ କେଜି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଟୋକୋଓ ଅକମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି ।

  • Tags:

Subscribe

National International State Sports Entertainment