ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଜାଡେଜା ବାଦ
Khabar Odisha:Jadeja-is-out-of-the-Test-series-against-England
ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା):

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଭାରତୀୟ ଦଳର ନଜର ରହିଛି ଇଂଲଣ୍ଡ ବିପକ୍ଷ ସିରିଜର ଉପରେ । ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟ ନିମନ୍ତେ ଘୋଷଣା କରାଯାଇଥିବା ଦଳରେ ରବୀନ୍ଦ୍ର ଜାଡେଜାଙ୍କ ନାମ ନଥିଲା । ମାତ୍ର ଆଜି ତାଙ୍କ ସ୍କାନ ରିପୋର୍ଟ ଆସିବା ପରେ ତାଙ୍କୁ ଛଅ ସପ୍ତାହ ବିଶ୍ରାମ ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ସିଡନୀ ଟେଷ୍ଟ ମ୍ୟାଚ ଖେଳୁଥିବା ସମୟରେ ଜାଡେଜା ଆହତ ହୋଇଥିଲେ । ଏହା ପରେ ସେ ବ୍ରିସବେନ ଟେଷ୍ଟ ଖେଳି ନଥିଲେ । ତେବେ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ଏବଂ ଟି-ଟ୍ୱେଣ୍ଟି ମ୍ୟାଚରେ ଜାଡେଜାଙ୍କୁ ସ୍ଥାନ ମିଳିବାର ସମ୍ଭାବନା କମ ରହିଛି ।

  • Tags:

Subscribe

National International State Sports Entertainment