ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟି -୨୦ ସିରିଜ: ତୃତୀୟ ମ୍ୟାଚ୍‌ରେ ମଧ୍ୟ ଟସ୍ ଜିତିଲେ ରୋହିତ, ଭାରତର ବ୍ୟାଟିଂ କରିବାକୁ ନିଷ୍ପତ୍ତି
Khabar Odisha:India-and-New-Zealand-T20-series-Rohit-wins-toss-in-third-match-India-decides-to-bat

କୋଲକାତା, ନଭେମ୍ବର ୨୧(ଖବର ଓଡ଼ିଶା): ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତିବା ପରେ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ଲଗାତାର କିୱି ଦଳ ବିପକ୍ଷରେ ତୃତୀୟ ଥର ପାଇଁ ଟସ୍ ଜିତିଥିଲେ। ଟିମ୍ ଇଣ୍ଡିଆ ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିସାରିଛି ଏବଂ ବର୍ତ୍ତମାନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଏକ କ୍ଲିନ୍ ସ୍ୱିପ୍ କରିବା ଉଦେଶ୍ୟରେ ଆଜି ଖେଳିବ ।

ଭାରତ-ରୋହିତ ଶର୍ମା (ଅଧିନାୟକ), ଇଶାନ କିଷାନ, ଭେଙ୍କଟେଶ ଆୟର୍, ସୂର୍ଯ୍ୟକୁମାର ଯାଦବ, ଋିଷଭ ପନ୍ତ, ଶ୍ରେୟାସ ଆୟର, ଅକ୍ଷର ପଟେଲ, ଭୂବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲ୍ୟାଣ୍ଡ- ମାର୍ଟିନ ଗୁପଟିଲ, ଡାରିଲ ମିଚେଲ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଟିମ ସେଫର୍ଟ, ଜିମି ନିଶାମ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ(ଅଧିନାୟକ), ଇଶ୍ ସୋଡି, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ ।

  • Tags:

Subscribe

National International State Sports Entertainment