ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ; ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିପାରେ ପଡିଆରେ ମ୍ୟାଚ ଦେଖିବାକୁ ଅନୁମତି
Khabar Odisha:India-England-Test-series-Fifty-percent-of-spectators-are-allowed-to-watch-the-match-on-the-field
ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା):

କୋଭିଡ୍‌-୧୯ ମହାମାରୀ କାରଣରୁ ଗତବର୍ଷ ଦେଶରେ କୌଣସି ପ୍ରକାର କ୍ରିକେଟ ଇଭେଣ୍ଟ ଅନୁଷ୍ଠିତ ହୋଇ ପାରିନଥିଲା । ଏମିତି କି ଆଇପିଏଲ ମଧ୍ୟ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ ହୋଇଥିଲା । ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ବାତିଲ ହେବା ପରେ ଦୀର୍ଘ ମାସର ବ୍ୟବଧାନରେ ଦେଶକୁ ଫେରିବାକୁ ଯାଉଛି କ୍ରିକେଟ । ଏହି ସିରିଜ୍ ବେଳେ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଉପଭୋଗ କରିବା ଲାଗି ଷ୍ଟାଡିୟମ ଭିତରକୁ ଛଡ଼ା ଯାଇପାରେ । ଚେନ୍ନାଇର ଚେପକ୍ ଓ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ଗୁଡିକ ଆୟୋଜନ ହେବ । ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ । ଫେବୃୟାରୀ ୫ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ସେହିପରି ଅନ୍ତିମ ଦୁଇଟି ଟେଷ୍ଟ ମୋଟେରାରେ ଆୟୋଜନ ହେବ । ଏବେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିସିସିଆଇ ତରଫରୁ କୁହାଯାଇଛି । ଏ ନେଇ ବିସିସିଆଇ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ) ଓ ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment