ଆଇପିଏଲ୍‌ରେ ପ୍ରଶଂସକଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ପୁଣି ମିଳିବ ଅନୁମତି
Khabar Odisha:In-the-IPL-fans-will-be-allowed-to-watch-the-match-again-at-the-stadium

ନୁଆଦିଲ୍ଲୀ,ସେପ୍ଟେମ୍ବର ୧୫(ଖବର ଓଡ଼ିଶା): ସେପ୍ଟେମ୍ବର ୧୯ ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପୁଣି ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ ମୁକାବିଲା ଆଇପିଏଲ । ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ତିନିଥର ଆଇପିଏଲ୍ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ୍ ୨୦୨୧ ସିଜନ୍ ପୁନଃଆରମ୍ଭ ହେବ । ତେବେ ଏହି ମୁକାବିଲାରେ ପ୍ରଶଂସକଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି । ୟୁଏଇ ସରକାର ୬୦ ପ୍ରତିଶତ ଉପସ୍ଥାନ ଦର୍ଶକ ସହିତ ଖେଳ କରିାଇବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତରେ କରୋନା ଦ୍ୱିତୀୟ ଲହର ସମୟରେ ଦୃତ ସଂକ୍ରମଣ ପରିସ୍ଥିତି ହେତୁ କିଛି ସମୟ ବ୍ୟବଧାନ ପରେ ଆଇପିଏଲ ବିନା ଦର୍ଶକରେ ଅନୁଷ୍ଠିତ ହୋଇଥିବା ବଳେ ପୁଣି ପ୍ରଶଂସକଙ୍କୁ ଷ୍ଟାଡିୟମକୁ ସ୍ୱାଗତ କରିବ । 

ଅଫିସିଆଲ୍ ୱେବସାଇଟ୍  http://www.iplt20.com ରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟାଂଶ ପାଇଁ ପ୍ରଶଂସକମାନେ ସେପ୍ଟେମ୍ବର ୧୬ ରୁ ଟିକେଟ୍ କିଣିପାରିବେ । ଦୁବାଇ, ଶାରଜା ଏବଂ ଆବୁଧାବିରେ କୋଭିଡ ପ୍ରୋଟୋକଲ ଏବଂ ୟୁଏଇ ସରକାରୀ ନିୟମାବଳୀକୁ ଦୃଷ୍ଟିରେ ରଖି ସୀମିତ ବସିବା ସହିତ ମ୍ୟାଚ୍ ଖେଳାଯିବ ।

  • Tags:

Subscribe

National International State Sports Entertainment