ଆଇପିଏଲ ୨୦୨୧ ; ଚଳିତ ବର୍ଷ ଆଇପିଏଲ ଖେଳିବା ନିମନ୍ତେ ଚେନ୍ନାଇରେ ପଂହଚିଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି
Khabar Odisha:IPL-2021-Mumbai-Indians-arrived-in-Chennai-to-play-IPL-this-year
ଚେନ୍ନାଇ, ଏପ୍ରିଲ 1 (ଖବର ଓଡିଶା) :

ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ତମ ସଂସ୍କରଣ । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଆରସିବି । ଏହି ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଚ ଖେଳିବା ନିମନ୍ତେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଚେନ୍ନାଇରେ ପହଚିଛନ୍ତି । ଅଧିନାୟକ ରୋହିତ ଶର୍ମା ମଧ୍ୟ ଟ୍ୱିଟ କରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚେନ୍ନାଇରେ ପଂହଚିଥିବାର ସୂଚନା ଦେଇଛନ୍ତି । ରୋହିତ ଶର୍ମା, ଇଶାନ କିଶନ , ହାଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମ୍ରା, ଆଦିତ୍ୟ ତାରେ ଆଦି ଖେଳାଳି ଚେନ୍ନାଇରେ ପଂହଚିଛନ୍ତି । ଗତ ବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସକୁ ହରାଇ ପଂଚମ ଥର ପାଇଁ ଆଇପିଏଲ ଟାଇଟେଲ ଜିତିଥିଲା ମୁମ୍ବାଇ । ଏହା ସହ ଚଳିତ ବର୍ଷ ଟ୍ରଫି ଜିତି ହାଟ୍ରିକ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଦଳ ।

  • Tags:

Subscribe

National International State Sports Entertainment