ଆଇପିଏଲ ୨୦୨୧ ; ଏକମାତ୍ର ଦଳ ଭାବେ ଆଇପିଏଲର ସମସ୍ତ ଆୱାର୍ଡ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ
Khabar Odisha:IPL-2021--Mumbai-Indians-are-only-team-to-have-won-all-the-IPL-awards
ମୁମ୍ବାଇ, ଏପ୍ରିଲ 1 (ଖବର ଓଡିଶା) :

ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ତମ ସଂସ୍କରଣ । ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ସଫଳ ଦଳ ଭାବେ ଡିଫେଣ୍ଡିଙ୍ଗ ଚାମ୍ପିଅନ ସର୍ବାଧିକ ୫ ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ଦଳ ମଧ୍ୟ ତିନି ଥର ଚାମ୍ପିଅନ ହୋଇଛନ୍ତି । ସେହିପରି ଏକମାତ୍ର ଦଳ ଭାବେ ମୁମ୍ବାଇ ମଧ୍ୟ ଆଇପିଏଲରେ ଥିବା ଅନ୍ୟାନ୍ୟ ଆୱାର୍ଡ ଯଥା ଅରେଂଜ କ୍ୟାପ, ପର୍ପଲ କ୍ୟାପ, ମୋଷ୍ଟ ଭ୍ୟାଲୁବଲ ପ୍ଲେୟାର, ଏମର୍ଜିଙ୍ଗ ପ୍ଲେୟାର, ଫେୟାର ପ୍ଲେ ଆୱାର୍ଡ ଆଦି ଜିତିଛି । ଆସନ୍ତୁ ନଜର ପକାଇବା ଆଇପିଏଲର ବିଭିନ୍ନ ଦଳ ଜିତିଥିବା ଟ୍ରଫି ଏବଂ ଆୱାର୍ଡ ।


ରାଜସ୍ଥାନ ରୟାଲସ- ଆଇପିଏଲର ପ୍ରଥମ ସଂସ୍କରଣ ଜିତିଥିଲା ରାକସ୍ଥାନ ରୟାଲସ । ସେହି ବର୍ଷ ରାଜସ୍ଥାନ ରୟାଲସ ବୋଲର ସୋହେଲ ତନଭୀର ମଧ୍ୟ ସର୍ବାଧିକ ୱିକେଟ ହାସଲ କରି ପର୍ପଲ କ୍ୟାପ ଜିତିଥିଲେ । ଆଇପିଏଲର ଅନ୍ୟ ସମସ୍ତ ଆୱାର୍ଡ ଦଳ ଜିତିଥିବା ବେଳେ କେବଳ ଅଂରେଜ କ୍ୟାପ ଜିତି ପାରି ନାହାନ୍ତି ରାଜସ୍ଥାନ ରୟାଲସ ବ୍ୟାଟସମାନ । ଦଳର ପୂର୍ବତନ ଖେଳାଳି ଅଜିଙ୍କ୍ୟ ରାହାଣେ ବହୁବାର ସର୍ବାଧିକ ରନ ସ୍କୋର କରିବା ଦୌଡରେ ରହିଥିଲେ ମଧ୍ୟ ଅଂରେଜ କ୍ୟାପ ହାତେଇବାରେ ବିଫଳ ହୋଇଛନ୍ତି ।


ଚେନ୍ନାଇ ସୁପର କିଙ୍ଗସ- ଆଇପିଏଲର ଅନ୍ୟତମ ସଫଳ ଫ୍ରାଂଚାଇଜ ଭାବେ ଚେନ୍ନାଇ ସୁପର କିଙ୍ଗସ ଦଳ ମଧ୍ୟ ତିନୋଟି ଆଇପିଏଲ ଟ୍ରଫି ହାତେଇବା ସହ ଅନେକ ଥର ଫେୟାର ପ୍ଲେ ଆୱାର୍ଡ ହାତେଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଦଳର ଖେଳାଳି ଏମରଜିଙ୍ଗ ପ୍ଲେୟାର ଏବଂ ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟାର ଆୱାର୍ଡ ଜିତିବାରେ ବିଫଳ ହୋଇଛି ।


ପଂଜାବ କିଙ୍ଗସ- ଆଇପିଏଲର ସମସ୍ତ ବ୍ୟକ୍ତିଗତ ଆୱାର୍ଡ ପଂଜାବ କିଙ୍ଗସ ଦଳ ହାତେଇଥିଲେ ମଧ୍ୟ ଆଇପିଏଲ ଟ୍ରଫି ହାତେଇବାରେ ବିଫଳ ହୋଇଛି । ମୋହାଲିର ଏହି ଫ୍ରାଂଚାଇଜ ଫେୟାର ପ୍ଲେ ଆୱାର୍ଡ ମଧ୍ୟ ଜିତିଛି । ଆଇପିଏଲର ପ୍ରଥମ ସଂସ୍କରଣରେ ଦଳର ବ୍ୟାଟସମାନ ସନ ମାର୍ଶ ସର୍ବାଧିକ ରନ କରି ଅଂରେଜ କ୍ୟାପ ହାସଲ କରିଥିଲେ । ୨୦୧୪ ଆଇପିଏଲ ସିଜିନରେ ଆଇପିଏଲ ଫାଇନାଲରେ କୋଲକାତା ଠାରୁ ହାରି ରନର୍ସଅପ ହୋଇଥିଲା ପଂଜାବ ।


କୋଲକାତା ନାଇଟ ରାଇଡର୍ସ- ଆଇପିଏଲ ୨୦୧୪ ଏବଂ ୨୦୧୨ ରେ ଟ୍ରଫି ଜିତିଛି କୋଲକାତା ଫ୍ରାଂଚାଇଜ । ଦଳ ତରଫରୁ ସୁନୀଲ ନାରିନ, ସେନ ବଣ୍ଡ, ବ୍ରେଟ ଲି, ପ୍ୟାଟ କମିନ୍ସ ଭଳି ବୋଲର ଖେଳିଥିଲେ ସୁଦ୍ଧା ପର୍ପଲ କ୍ୟାପ ଜିତିବାରେ କୋଲକାତା ଦଳ ଫେଲ ମାରିଛି । ସେହିପରି ଆଇପିଏଲର ୧୩ ଟି ସିଜିନ ସରିଥିଲେ ସୁଦ୍ଧା ଗୋଟିଏ ଥର ବି ଫେୟାର ପ୍ଲେ ଆୱାର୍ଡ ଜିତିନି କୋଲକାତା । 


ରୟାଲ ଚ୍ୟାଲେଜର୍ସ ବାଙ୍ଗାଲୋର – କୋଲକାତା ପରି ଆରସିବି ଦଳ ମଧ୍ୟ ଆଇପିଏଲରେ ପର୍ପଲ କ୍ୟାପ ହାତେଇ ପାରିନି । ସେହିପରି ଦଳରେ ବିରାଟ କୋହଲି, ଏବି ଡିଭିଲିୟର୍ସଙ୍କ ପରି ଷ୍ଟାର ଖେଳାଳି ରହିଥିଲେ ମଧ୍ୟ ଏଯାଏ ଆଇପିଏଲ ଟ୍ରଫି ଜିତି ନାହିଁ ଆରସିବି । ସେହିପରି ଦଳ ମଧ୍ୟ ଫେୟାର ପ୍ଲେ ଆୱାର୍ଡ ଜିତିବାରେ ଦଳ ବିଫଳ ହୋଇଛି ।


ସନ ରାଇଜର୍ସ ହାଇଦ୍ରାବାଦ- ଆଇପିଏଲ ଇତିହାସରେ ହାଇଦ୍ରାବାଦ ଫ୍ରାଂଚାଇଜ ସମସ୍ତ ଆୱାର୍ଡ ଜିତିଥିବା ବେଳେ ଦଳ ପକ୍ଷରୁ ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟାର ଟ୍ରଫି ଜିତିନାହାନ୍ତି କୌଣସି ଖେଳାଳି । ୨୦୧୬ ଆଇପିଏଲରେ ଦଳ ଚାମ୍ପିଅନ ହେବା ସହ ଫେୟାର ପ୍ଲେ ଆୱାର୍ଡ ଜିତିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ଏବଂ କେନ ୱିଲିମସନ ଅରେଂଜ କ୍ୟାପ ଜିତିଥିବା ବେଳେ ପର୍ପଲ କ୍ୟାପ ଜିତିଛନ୍ତି ଭୁବନେଶ୍ୱର କୁମାର । ଦଳ ପକ୍ଷରୁ ସୁସ୍ତାଫିଜୁର ରେହମାନ ମଧ୍ୟ ଏମରଜିଙ୍ଗ ପ୍ଲେୟାର ଆୱାର୍ଡ ଜିତିଥିଲେ ।


ଦିଲ୍ଲୀ କ୍ୟାପିଟାଲସ- ଦିଲ୍ଲୀ କ୍ୟାପିଟାଲସ ଦଳ ଗତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଫାଇନାଲରେ ହାରି ରନର୍ସଅପ ହୋଇଥିଲା । ଦଳରେ ଅନେକ ତାରକା ଖେଳାଳି ଥିବା ଆଇପିଏଲ ଟାଇଟେଲ ଜିତି ନାହିଁ ଦିଲ୍ଲୀ । ସେହିପରି ଦଳ ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟାର, ଅଂରେଜ କ୍ୟାପ ଏବଂ ଫେୟାର ପ୍ଲେ ଆୱାର୍ଡ ମଧ୍ୟ ଜିତି ନାହିଁ ।


ମୁମ୍ବାଇ ଇଣ୍ଡିଆନ୍ସ- ସଫଳ ଆଇପିଏଲ ଟିମ ଭାବେ ସର୍ବାଧିକ ୫ ଥର ଆଇପିଏଲ ଟ୍ରଫି ଜିତିଛି ମୁମ୍ବାଇ । ପୂର୍ବ ବର୍ଷ ଆଇପିଏଲ ସିଜିନରେ ଫେୟାର ପ୍ଲେ ଆୱାର୍ଡ ଜିତିଥିଲା ମୁମ୍ବାଇ ଟିମ । ସେହିପରି ୨୦୧୦ ଆଇପିଏଲ ସିଜିନରେ ସର୍ବାଧିକ ରନ କରି ଅଂରେଜ କ୍ୟାପ ଏବଂ ମୋଷ୍ଟ ଭ୍ୟାଲିଏବୁଲ ପ୍ଲେୟାର ଆୱାର୍ଡ ଜିତିଥିଲେ ସଚ୍ଚିନ ତେନ୍ଦୁଲକର । ସେହି ବର୍ଷ ମୁମ୍ବାଇର ସୌରଭ ତିୱାରୀ ଏମରଜିଙ୍ଗ ପ୍ଲେୟାର ଆୱାର୍ଡ ଜିତିଥିଲେ । ୨୦୧୧ ଆଇପିଏଲ ସିଜିନରେ ମଧ୍ୟ ସର୍ବାଧିକ ୱିକେଟ ହାସଲ କରି ପର୍ପଲ କ୍ୟାପ ଜିତିଥିଲେ ଲାସିଥ ମାଲିଙ୍ଗା । ଏକମାତ୍ର ଦଳ ଭାବେ ମୁମ୍ବାଇ ଅରେଂଜ କ୍ୟାପ, ପର୍ପଲ କ୍ୟାପ, ମୋଷ୍ଟ ଭ୍ୟାଲୁବଲ ପ୍ଲେୟାର, ଏମର୍ଜିଙ୍ଗ ପ୍ଲେୟାର, ଫେୟାର ପ୍ଲେ ଆୱାର୍ଡ ଆଦି ଜିତିଛି ।

  • Tags:

Subscribe

National International State Sports Entertainment