ଆଇପିଏଲ ୨୦୨୦, ଆଜି ମୁହାଁମୁହିଁ ହେବେ ଆଇପିଏଲର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ କେକେଆର ଆଉ ଆରସିବି
Khabar Odisha:IPL-2020-two-traditional-IPL-rivals-KKR-and-RCB-will-face-off-today
ଦୁବାଇ, ଅକ୍ଟୋବର ୧୨ (ଖବର ଓଡ଼ିଶା):

ଆଇପିଏଲ 2020 - ଆଜି କୋଲକାତା ଓ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର। କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜି ସୋମବାର ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ । ତେବେ ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ଦୁଇ ଦଳ ସ୍ଥିର ପ୍ରଦର୍ଶନ କରିଥିବାରି ଆଜିର ମ୍ୟାଚ ନିଶ୍ଚୟ ରୋମାଞ୍ଚକର ହେବ ବୋଲି କ୍ରିକେଟ ପ୍ରଶଂସକ ମାନେ ଆଶା ବାନ୍ଧି ବସିଛନ୍ତି । ପୂର୍ବରୁ ବାଙ୍ଗାଲୋରର ବିଜୟହାର ଅଧିକ ଥିବାରୁ ଆଜି ପୁଣିଥରେ ବିରାଟ ବାଜି ମାରି ନେବା ଆଶଙ୍କା ରହିଛି। ଏଣୁ କେକେଆର ନିଜ ରଣନୀତିରେ କିଛିଟା ପରିବର୍ତ୍ତନ କରିପାରେ ବୋଲି ଆଶା କରାଯାଉଛି ।

ତେବେ ଆସନ୍ତୁ ନଜର ପକାଇବା ଦୁଇ ଦଳର ସମ୍ଭାବ୍ୟ ପ୍ଲେଇଙ୍ଗ ଇଲେଭେନ୍ ଉପରେ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ଦେବଦତ୍ତ ପଡିକଲ, ଆରୋନ୍‌ ଫିଞ୍ଚ୍‌, ବିରାଟ କୋହଲି, ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ, ଇସୁର ଓଡ଼ାନା, କ୍ରୀସ୍ ମୋରିସ୍, ଏବି ଡିବିଲିୟର୍ସ, ଶିବମ୍‌ ଦୁବେ, ଓ୍ଵାଶିଂଟନ୍‌ ସୁନ୍ଦର, ଗୁରକିରତ ମାନ୍‌

କୋଲକାତା ନାଇଟ ରାଇଡର୍ସ - ଶୁବମନ ଗିଲ୍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ସୁନିଲ ନାରାଏନ୍, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ, ପାଟ୍ କମିନ୍ସ, କମଳେଶ ନାଗରକୋଟି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ

  • Tags:

Subscribe

National International State Sports Entertainment