ଆଜିଠୁ ଆରମ୍ଭ ହେଉଛି ହକି ବିଶ୍ୱକପ୍ ମହାସମର । ଗତ 11 ତାରିଖରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ FIH ହକି ପୁରୁଷ ବିଶ୍ୱକପ 2023 ସମାରୋହକୁ କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟନ କରାଯାଇଥିଲା। ଆଜି ପ୍ରଥମ ଦିନରେ 4ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି 2ଟି ଲେଖାଏଁ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚ ରାଉରକେଲାରେ ଖେଳାଯିବ ।
ଏପଟେ କମ୍ପିବ କଳିଙ୍ଗ ଷ୍ଟାଡିଅମ ଆଉ ସେପଟେ ବିର୍ସାମୁଣ୍ଡା ଷ୍ଟାଡିଅମରେ ବର୍ଷିବ ଗୋଲ୍ । ଦିନ ଗୋଟାଏରେ ଆରମ୍ଭ ହେବ ମ୍ୟାଚ୍ । ପ୍ରଥମେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ ଟକ୍କର ହେବ । ପରେ ଦିନ 3ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ହେବ । ଏହି ଦୁଇଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେପଟେ ଅନ୍ୟ ଦୁଇଟି ମ୍ୟାଚ୍ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସଂଧ୍ୟା 5ଟାରେ ଇଂଲଣ୍ଡ ଓ ଓ୍ବେଲସ ମଧ୍ୟରେ ଟକ୍କର ହେବ ଏବଂ ସନ୍ଧ୍ୟା 7ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । ତେବେ 1975 ମସିହାରେ ବିଶ୍ବବିଜୟୀ ହୋଇଥିବା ଭାରତ 2023 ରେ ସେହି ସଫଳତାକୁ ପୁଣି ଫେରିପାଇବ ବୋଲି ଫ୍ୟାନ୍ସଙ୍କ ମନରେ ଆଶା ।