ରାଉରକେଲା : ଷ୍ଟିଲ ସିଟି ରାଉରକେଲାରେ ହକି ଫିବର । ସାତ ବର୍ଷ ପରେ ପୁଣି ଫେରିଛି ହକି ଇଣ୍ଡିଆ ଲିଗ୍ (ଏଚ.ଆଇ.ଏଲ ) । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ ତାରିଖରୁ ରାଉରକେଲା ବିର୍ସାମୁଣ୍ଡା ଷ୍ଠାଡ଼ିୟମରେ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ଲିଗ୍ରେ ୮ଗୋଟି ଟିମ ମଧ୍ୟରେ ହେବ କଡ଼ା ଟକ୍କର ।
ସୂଚନାଯୋଗ୍ୟ ,ଆସନ୍ତାକାଲିଠାରୁ ରାଉରକେଲାରେ ହକି ଇଣ୍ଡିଆ ଲିଗ୍ର (ଏଚ୍ଆଇଏଲ) ନୂଆ ସଂସ୍କରଣ ଆରମ୍ଭ ହେବ । ଏଥର ଉଭୟ ପୁରୁଷ ଓ ମହିଳାରେ ଲିଗ୍ ଖେଳାଯିବ । ପୁରୁଷରେ ୮ଟି ଏବଂ ମହିଳାରେ ୪ଟି ଦଳ ସାମିଲ ହୋଇଛନ୍ତି । ପୁରୁଷ ଲିଗ ୨୮ ତାରିଖରୁ ରାଉରକେଲାରେ ଏବଂ ମହିଳା ଲିଗ୍ ଜାନୁଆରୀ ୧୨ରୁ ରାଞ୍ଚିରେ ଆରମ୍ଭ ହେବାକୁ ଯାଉଛି । ଶେଷ ଥର ୨୦୧୭ରେ ଏଚ୍ଆଇଏଲ୍ ଆୟୋଜିତ ହୋଇଥିଲା । ଯେଉଁଥିରେ କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା ।
୨୦୧୧ରୁ ୨୦୧୭ ମଧ୍ୟରେ ଏଚ୍ଆଇଏଲ୍ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା । କିନ୍ତୁ ପର ବର୍ଷ ଠାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ଅନ୍ତର୍ଜାତୀୟ ସୂଚୀରେ ସମୟ ନଦେବାରୁ ଲିଗ୍ ବନ୍ଦ ହୋଇଯାଇଥିଲା । ଲିଗ୍କୁ ପୁଣି ଆରମ୍ଭ କରିବା ନେଇ ହକି ଇଣ୍ଡିଆ ବହୁ ପ୍ରୟାସ କରିଥିଲା । ଶେଷରେ ଚଳିତ ବର୍ଷ ଠାରୁ ନୂଆ ରୂପରେ ଏଚ୍ଆଇଏଲ୍ ଆରମ୍ଭ ହେବାକୁ ଯାଉଛି ।
ବିଦେଶୀ ସ୍ୱଦେଶୀ ସହ ନୂଆ ଖେଳାଳି ମିଳିତ ଭାବରେ ବିଭିନ୍ନ ଟିମରେ ହକି ଇଣ୍ଡିଆ ଲିଗ୍ ଖେଳିବେ । ଗୁରୁବାର ଖେଳାଳିଙ୍କ ପାଇଁ ଜର୍ସିୀ ଉନ୍ନୋଚନ କରିଛି ଓଡ଼ିଶାର ଗୋନାସିକା ହକି ଟିମ । ତେବେ ହକି ଇଣ୍ଡିଆ ଲିଗକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ :- ପଡ଼ିଆ ମଝିରେ ମୁହାଁମୁହିଁ; ଅଷ୍ଟ୍ରେଲିଆ ଖେଳାଳୀଙ୍କ ସହ ବିରାଟଙ୍କ ଯୁକ୍ତିତର୍କର ଭିଡ଼ିଓ ଭାଇରାଲ