ଖବର ଓଡିଶା : 05/03/2023
ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍)ର ଶୁଭାରମ୍ଭ ହୋଇଛି। ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ୫ ଦଳକୁ ନେଇ ଏହି ଟି-୨୦ ମହିଳା କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ଦୁଇ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ, କ୍ରିତି ସାନନ ମୁଖ୍ୟ ଆକର୍ଷଣ ସାଜିଛନ୍ତି । ତେବେ ଉଦଘାଟନୀ ମ୍ୟାଚ୍ ରେ ମୁମ୍ବାଇର ମହାବିଜୟ । ଗୁଜରାଟ ଜାଏଣ୍ଟସକୁ ୧୪୩ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୭ ରନର ବିଶାଳ ସ୍କୋର କରିଥିଲା ମୁମ୍ବାଇ । ମୁମ୍ବାଇ ପକ୍ଷରୁ ସର୍ବାଧିକ ୬୫ ରନ କରିଥିଲେ କ୍ୟାପଟେନ ହରମନପ୍ରିତ କୌର । ହାଏଲେ ମ୍ୟାଥ୍ୟୁସ୍ ୪୭ ରନ କରିଥିବା ବେଳେ ଆମେଲିଆ କେର୍ କରିଥିଲେ ୪୫ ରନ୍ । ମୁମ୍ବାଇ ଇଣ୍ଢିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୨୦୭ ରନ କରିଥିଲା । ହେଲେ ଗୁଜୁରାଟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ନା କରିବା ସହ ୯ ୱିକେଟ୍ ହରାଇ ମାତ୍ର ୬୪ ରନ କରିବାରେ ସକ୍ଷମ ହୋଇଥିଲା